STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଅର୍ଦ୍ଧାଧିକ ଜୀବନର ଚିତ୍ର

ଅର୍ଦ୍ଧାଧିକ ଜୀବନର ଚିତ୍ର

2 mins
14


ଚିର ପରିଚିତ ଦୃଶ୍ୟ ପୁଣି ପରିବେଶ 

ପରିବର୍ତ୍ତନ ଧାରାରେ ,ନୂଆ ରୂପ,ନୂଆ ବେଶ 

ସାମାଜିକ ପରମ୍ପରା ଓ ସଂସ୍କାର ନାମକୁ ମାତ୍ର

ଆଢ଼ୁଆଳେ ଆଧୁନିକ ପରିଚର୍ଯ୍ୟା

ପ୍ରତି କ୍ଷେତ୍ରରେ ନୂତନତ୍ବ ଧାରା


ସବୁ କିଛି ନୂଆ ନୂଆ 

ବଦଳି ଯାଇଛି,ପୁରାତନ ଦୃଶ୍ୟ

ଜୀବନର ମୂଲ୍ୟ ବି ସେ କ୍ରମରେ

ଏବେ ଜୀବନରେ ଅର୍ଦ୍ଧ ଶତକ।


ପ୍ରତି କ୍ଷେତ୍ରରେ ପରିବର୍ତ୍ତନ

ପିଲାଦିନ ଖେଳ କୁଦ

ଯାତ୍ରା ମେଳା ଓ ଉତ୍ସବ

ଦୈନନ୍ଦିନ ଦିନଚର୍ଯ୍ୟା

ଗମନା ଗମନ ଓ ମନୋରଞ୍ଜନ

ଉନ୍ନତି କରଣ ଗାଁ ଓ ସହର ଭିତରେ।


ପାର୍ବଣ ରେ ଥିଲା ଖୁସିର ଲହରୀ

ନୂଆ ବସ୍ତ୍ର ପରିଧାନ ସହ ମେଳା ରେ ବୁଲିବା

ରାମ ଲୀଳା ,ରାବଣ ଦହନ ଦେଖା

କମ୍ ପଇସାରେ ମାଟିର ଖେଳନା

ମେଳ ହୋଇ ଯାତ୍ରା ଦେଖି ଯିବା

ଖୁସି ର ପରିବେଶ ଥିଲା ସମ୍ପୂର୍ଣ୍ଣ ନିଆରା।


କବାଡି,ବୋହୂ ଚୋରି ଖେଳ

କଣ୍ଢେଇ ର ବାହାଘର

ମିଛି-ମିଛିକା ବୋହୂ ବେଶ

ପିଲାଦିନ ର ଖେଳ ଏବେ ସାତ ସପନ।


ସର୍କସ ରେ ଯୋକର୍ 

ବନ୍ୟ ଜନ୍ତୁଙ୍କ ବିଭିନ୍ନ କୌତୁକିଆ ଖେଳ

କଣ୍ଢେଇ ନାଚ,ରାମ ଦୋଳି

ମାଙ୍କଡ ନାଚ,ସାପ ଖେଳ

ଗାଁ କି ସହର,ଆଉ ଦେଖା ଯାଉନାହିଁ।


ରୋଷେଇ ଘର ଆଉ ଘର ଅଗଣାରେ

କାଠ,ଘଷି,କୋଇଲା ଜାଳେଣୀ

ମାଟି ମାଠିଆ ରେ ପିଇବା ର ପାଣି

ଶିଳ ବଟା, ଘୋରଣା ର ଚାହିଦା

ଭୋଜନ ସାମଗ୍ରୀ ର ସ୍ଵାଦ ବି ନିଆରା।


ରେଡିଓ ରେ ଖବର ଓ ଗୀତ

ମନୋରଂଜନ ସହିତ ଚଳନ୍ତି ଘଟଣା

ପାଣି ପାଗ,ବିବରଣୀ କ୍ରିକେଟ୍ ଖେଳର

ରେଡିଓ ପ୍ରତି ଦୁର୍ବଳତା ଥିଲା ସେହି ସମୟର।


ଗମନା ଗମନ ପ୍ରାୟ କଷ୍ଟକର ଥିଲା

ଶଗଡ଼ ସାଇକଲ ର ବହୁଳ ବ୍ୟବହାର

ପାଖା ପାଖି ଜାଗା କୁ ଚାଲି ଚାଲି ଯିବା

ରାସ୍ତା ଘାଟ ବି ଥିଲା ଅସଜଡା

ରେଳ ଯାତ୍ରା ଥିଲା ଆମୋଦ ଦାୟକ।


ଆଧୁନିକ ଯନ୍ତ୍ରପାତି ସହ ଉନ୍ନତି କରଣ

ରାସ୍ତାଘାଟ ରେ ମାଳ ମାଳ ଯାନ ଓ ବାହନ

ସାଇକଲ ବଦଳରେ ସ୍କୁଟି ଓ ବାଇକ୍

ମିକ୍ସର୍ ,ଫ୍ରିଜ୍,ଲୁଗା ସଫା ମେସିନ୍

ଟିଭି, ଏସି, କୁଲର୍,କମ୍ପ୍ୟୁଟର,ମୋବାଇଲ

ଜୀବନ ଯାତ୍ରା କୁ ତ୍ୱରାନ୍ୱିତ ପାଇଁ ଅବଦାନ।


ଏବେ ମୋବାଇଲ୍ ସଭିଙ୍କ ହାତରେ

ଦିନ ରାତି କେବଳ ମୋବାଇଲରେ ଧ୍ୟାନ

କିଣାବିକା କାରବାର ହୋଇଛି ସହଜ

ଏ ଟି ମ୍ କାର୍ଡ ରେ ବ୍ୟାଙ୍କ୍ କାରବାର

ସବୁ କିଛି ଏବେ ହାତ ମୁଠା,ହାତ ପାଆନ୍ତା ରେ।


ଜୀବନର ଅର୍ଦ୍ଧ ଶତକ ଭିତରେ

ପରିବର୍ତ୍ତନ ଧାରା ପ୍ରତି କ୍ଷେତ୍ର ଓ କ୍ଷେତ୍ରରେ

ଦିନକୁ ଦିନ ନୂଆ ନୂଆ ଯନ୍ତ୍ର ବ୍ୟବହାର

କିଏ ଜାଣେ ଆଉ କି ସୁବିଧା ଅଛି ଆଗକୁ ଆଗକୁ।


ପରିବର୍ତ୍ତନ ଧାରା ରେ ବଞ୍ଚିଛି ଜୀବନ

ଅର୍ଦ୍ଧ ଶତକ ଜୀବନରେ ଉନ୍ନତି ର ଧାରା

ଯନ୍ତ୍ର ଚାଳିତ ପରି ମଣିଷ ଚଳଣି

ମାନବିକତା ର ଅଭାବ ଏବେ ସମାଜ ଓ ଘରେ

ସ୍ମାର୍ଟ୍ ଫୋନ୍ ଧରି ସର୍ବେ ସ୍ମାର୍ଟ୍ ଆଉ ସ୍ମାର୍ଟ୍

ଅର୍ଦ୍ଧ ଶତକ ଜୀବନ ରେ ନାହିଁ କିଛି ବି ଉଚ୍ଚାଟ

ଅତୀତର ସ୍ମୃତି ଉଜ୍ଜୀବିତ ପ୍ରତି ମୁହୂର୍ତ୍ତରେ

ସ୍ମୃତି ସହ ଅତୀତର ଦୃଶ୍ୟ ଉଦ୍ଭାସିତ

ସନ୍ତାପିତ ପ୍ରାଣ ହେଉଛି ଆଶ୍ୱସ୍ଥ ....।।


Rate this content
Log in

Similar oriya poem from Drama