STORYMIRROR

Bidyadhar Mantry

Drama Classics Others

4  

Bidyadhar Mantry

Drama Classics Others

ଶ୍ରୀମନ୍ଦିରେ ଶକ୍ତି ପୀଠ ବିମଳା ମନ୍ଦିର

ଶ୍ରୀମନ୍ଦିରେ ଶକ୍ତି ପୀଠ ବିମଳା ମନ୍ଦିର

2 mins
13


ଶ୍ରୀମନ୍ଦିର ଦକ୍ଷିଣ ପଶ୍ଚିମ କୋଣେ 

ମା' ବିମଳାଙ୍କ ମନ୍ଦିର

କ୍ଷେତ୍ର ଅଧିଷ୍ଠାତ୍ରୀ ଶ୍ରୀକ୍ଷେତ୍ରାଧିଶ୍ୱରୀ 

ଭୈରବୀ ଶଙ୍ଖକ୍ଷେତ୍ର ର 

ଶ୍ରୀକ୍ଷେତ୍ରାଧିଶ୍ୱରୀ ରାଜରାଜେଶ୍ୱରୀ 

ସ୍ୱୟଂ ଶ୍ରୀ ବିମଳା ଦେବୀ

ପ୍ରଭୁ ଜଗନ୍ନାଥ ଭୈରବ ରୂପରେ

ବିମଳା ଦେବୀ ଭୈରବୀ

ପାଦ ପୀଠେଶ୍ଵରୀ ପୁଣି ଜିହ୍ୱା ପୀଠ

ଶ୍ରୀପୀଠ ଉଦ୍ଦିଷ୍ଟ ପୀଠ

ନାଭି ପୀଠ ମସ୍ତକ ପୀଠ ନାମେ

ତାନ୍ତ୍ରିକ ପୀଠରେ ଶ୍ରେଷ୍ଠ

ଉତ୍କଳର ଅଷ୍ଠ ଚଣ୍ଡୀଙ୍କ ମଧ୍ୟରୁ 

ବିମଳା ଶ୍ରୀମନ୍ଦିର ରେ

ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ

ତନ୍ତ୍ର ଶକ୍ତି ମାନ୍ୟତା ରେ

ଶରତ କାଳୀନ ଦୁର୍ଗା ପୂଜା ବେଳେ

କୌଳ ଭୈରବୀ ରୂପରେ

ଅନ୍ୟ ସମୟରେ ପରମ ବୈଷ୍ଣବୀ

ଜଗନ୍ନାଥ ଚେତନାରେ

ବିମଳା ମନ୍ଦିର ସ୍ଥଳ ପାଦ ପୀଠ

ଭାବେ ହୋଇଛି ନାମିତ 

ଆଦି ଶକ୍ତି ସ୍ୱରୂପା ସ୍ୱୟଂ ଭୈରବୀ

ତନ୍ତ୍ର ମନ୍ତ୍ରରେ ପୂଜିତ ।


ବିମଳାଙ୍କ ଆବିର୍ଭାବ ଆଢ଼ୁଆଳେ 

ଅଛି ପୌରାଣିକ ସତ୍ତା 

ଦକ୍ଷ ଯଜ୍ଞ ଦେବୀ ସତୀ ମହାଦେବ

ସମ୍ପର୍କିତ ଉହ୍ୟ କଥା

ବିଷ୍ଣୁଙ୍କ ଚକ୍ରରେ ସତୀଙ୍କର ଶବ

ଖଣ୍ଡିତ ହୋଇ ପତିତ

ପତିତ ସ୍ଥଳରେ ହେଲା ଶକ୍ତି ପୀଠ

ଦେବୀ ରୂପରେ ପୂଜିତ

ପାଦ ପଡ଼ି ପୁରୁଷୋତ୍ତମ କ୍ଷେତ୍ରରେ

ଶକ୍ତି ପୀଠ ରୂପେ ଖ୍ୟାତ 

ଆଦିଶକ୍ତି ସ୍ୱରୂପା ସ୍ଵୟଂ ବିମଳା

ନାମେ ହୋଇଲା ନାମିତ ।


ପ୍ରତିଦିନ ଷୋଡଶ ଉପଚାରରେ

ପୂଜା ହୁଏ ଦେବୀଙ୍କର

ସକାଳ ମଧ୍ୟାହ୍ନ ଓ ସାୟଂ କାଳରେ

ଭବ୍ୟ ବିଧି ସହକାର

ନୈବେଦ୍ୟ ଅର୍ପଣ ବିଧି ପ୍ରତିଦିନ

ନିଷ୍ଠା ଓ ବିଧି ବିଧାନେ 

ଶ୍ରୀଜଗନ୍ନାଥ ସହ ସପ୍ତାବରଣ ଙ୍କୁ

ବିଜେ ରତ୍ନ ସିଂହାସନେ

ଓଡ୍ଡିୟାନ ବିଧିରେ ସେହି ନୈବେଦ୍ୟ

ବିମଳାଙ୍କୁ ନିବେଦନ

ଉକ୍ତ ପ୍ରସାଦ ମହାପ୍ରସାଦ ରୂପେ

ଭକ୍ତ ମଧ୍ୟରେ ଗ୍ରହଣ

ଶଙ୍ଖୁଡ଼ି ବା ନିବେଦିତ ନୈବେଦ୍ୟକୁ

ମା ବିମଳାଙ୍କ ଗ୍ରହଣ

ଉଚ୍ଛିଷ୍ଟ ଭୈରବୀ ନାମରେ ବିଦିତ 

ଯାହା ଘଟେ ପ୍ରତିଦିନ


କୈବଲ୍ୟ ମହିମା ବର୍ଣ୍ଣିତ ହୋଇଛି

ପୌରାଣିକ କାହାଣୀରେ

ପାର୍ବତୀଙ୍କ କୈବଲ୍ୟ ପ୍ରାପ୍ତି ଲାଳସା

ରହି ଥିଲା ହୃଦୟରେ 

ନାରଦଙ୍କ କୈଳାସ ପରିଦର୍ଶନ

ଅବ୍ୟବହିତ ପୂର୍ବରୁ

ଆନନ୍ଦିତ ଥିଲେ କୈବଲ୍ୟ ପ୍ରାପ୍ତିରେ

ବିଷ୍ଣୁ ଭଗବାନ ଠାରୁ

ନାରଦଙ୍କ ନଖ କୋଣେ କଣିକାଏ 

କୈବଲ୍ୟ ପାଇ ଥିଲେ ଶିବ

ପାର୍ବତୀ ଆଗରେ କୈବଲ୍ୟ ତୃପ୍ତିର 

କଥା ଶୁଣାଇଲେ ଶିବ

କୈବଲ୍ୟ ଲାଳସା ପାର୍ବତୀ ମନରେ

କଲେ ବିଷ୍ଣୁ ଆରାଧନା

ସନ୍ତୁଷ୍ଟ ଚିତ୍ତରେ ବୁଝାଇଲେ ବିଷ୍ଣୁ

କଳି ଯୁଗେ ସମ୍ଭାବନା

ପାଳିତ ହେଉଛି ସେହି ବିଷ୍ଣୁ ବାଣୀ

ବିମଳା ରୂପୀ ପାର୍ବତୀ

କୈବଲ୍ୟ ଲୋଲୁପିନୀ ଭାବରେ ଖ୍ୟାତ

କୈବଲ୍ୟ ଲଭନ୍ତି ନିତି ।


ଶିବଦୂର୍ଗା ଉପାସିତ ଧାରା ପ୍ରାୟ

ହେଉଅଛି ପ୍ରଚଳିତ

ପୁରୁଷୋତ୍ତମ କ୍ଷେତ୍ରରେ ଭିନ୍ନ ବିଧି

ବିମଳା ଓ ଜଗନ୍ନାଥ

ପ୍ରତିନିଧି ରୂପେ ବିମଳାଙ୍କ ଦୁର୍ଗା

ଜଗନ୍ନାଥଙ୍କ ମାଧବ

ଦୁର୍ଗାମାଧବ ପୂଜନ ପରମ୍ପରା

ଉତ୍କଳରେ ହିଁ ସମ୍ଭବ


ରଥ ଯାତ୍ରା ବେଳେ ସ୍ଵୟଂ ଜଗନ୍ନାଥ

ଭୁଲି ଲକ୍ଷ୍ମୀ ଠାକୁରାଣୀ

ରଥ ଚଢ଼ି ବଡ ଦାଣ୍ଡେ ଯାତ୍ରା ହୁଏ

ସାଥିରେ ଭାଇ ଭଉଣୀ

ମହାପ୍ରଭୁଙ୍କ ବିରହରେ ଶ୍ରୀଲକ୍ଷ୍ମୀ

ପ୍ରାୟତଃ ଅସ୍ଥିର ହୋଇ

ତନ୍ତ୍ର ଦ୍ଵାରା ମୋହନ ଚୂର୍ଣ୍ଣ ପ୍ରୟୋଗ

ବିମଳାଙ୍କ ଠାରୁ ନେଇ

ଲୋକ କଥା କାହାଣୀ ଓ ପୁରାଣରେ

ବିମଳାଙ୍କ ଗୁଣ ଗାନ 

ଅସରନ୍ତି ବିମଳା ମନ୍ଦିର କଥା

ସଂକ୍ଷେପରେ ହିଁ ବର୍ଣ୍ଣନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama