STORYMIRROR

Bidyadhar Mantry

Drama Classics Inspirational

4  

Bidyadhar Mantry

Drama Classics Inspirational

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

2 mins
24

   

ବିଶ୍ୱାସ, ଅବିଶ୍ବାସ, ଅନ୍ଧବିଶ୍ୱାସ

ସହ ମଣିଷ ଜୀବନ 

ଦୋଷ ଅପରାଧ ପାପ ମୁକ୍ତି ଅର୍ଥେ

ଭିନ୍ନ ଉପାୟେ ନିଦାନ

ପ୍ରାୟଶ୍ଚିତ ତଥା ପ୍ରତିକାର ଧାରା 

ରହିଛି ବଳବତ୍ତର 

ବିଶ୍ୱାସ ସହିତ ଜଡିତ ଜୀବନ

ପାପ ଦୋଷ ପ୍ରତି ଡର

ସ୍ଥାନ କାଳ ପାତ୍ର ହେଲେ ହେଁ ଅଲଗା

ପ୍ରାୟଶ୍ଚିତ ଅନିବାର୍ଯ୍ୟ 

ପାପ ଦୋଷ ଜ୍ଞାତ ଅଜ୍ଞାତରେ ଜାଣି

ହୁଏ ପ୍ରତିକାର କାର୍ଯ୍ୟ

ସ୍ଵଚକ୍ଷୁରେ ଦେଖି ଯଦିଓ ବିଶ୍ୱାସ

ବିଧେୟ ଶାସ୍ତ୍ର ସଙ୍ଗତ

ତଥାପି ନ ଦେଖି ମନରେ ବିଶ୍ୱାସ 

ପାପ ଦୋଷ ସମ୍ପର୍କିତ


ସୂର୍ଯ୍ୟ ପୂର୍ବ ଦିଗେ ଉଦୟ ସର୍ବଦା

ପଶ୍ଚିମରେ ହୁଏ ଅସ୍ତ

ଯୁଗ ଯୁଗ ଧରି ବିଶ୍ବାସର ଯୋଗ୍ୟ 

ଯାହା ଚିରନ୍ତନ ସତ୍ୟ

ଐଶ୍ୱରିକ ସତ୍ତା କେବଳ ବିଶ୍ୱାସ 

ଆଖିରେ ଦେଖିବା ବୃଥା

ବାୟୁର ଅସ୍ତିତ୍ବ ଅନୁଭବ ମାତ୍ର

ଯେପରି ବିଭୁଙ୍କ ସତ୍ତା

ଜ୍ୟୋତିଷ ପାଠର ଗ୍ରହ ରାଶି କଥା

ବିଶ୍ୱାସ ଓ ଅବିଶ୍ବାସ

ଆଶା ଶୁନ୍ୟ ହୃଦେ ଗ୍ରହ କରାମତି

ସହଜେ ହୁଏ ବିଶ୍ୱାସ

ବିଜ୍ଞାନ ର ଅଗ୍ରଗତି ସମାଜରେ

ମଣିଷ ବି ଅନୁରୁକ୍ତ

ପୁଣି ପାପ ଦୋଷ ମୁକ୍ତି ଭାବନାରେ 

ଗ୍ରହ ପ୍ରତି ଭୟ ଜାତ 

କର କୋଷ୍ଠୀ କପାଳ ର ଲେଖା ପ୍ରତି

ଅହେତୁକ ଭୟ ଜାତ

ଦ୍ଵନ୍ଦ ଜାତ ହୁଏ ହୃଦୟ ଭିତରେ

କିପରି ବାଛିବ ପଥ

ରାଜ ଦଣ୍ଡ ,ଗ୍ରହ ଦୋଷ, ବାସ୍ତୁ ଦୋଷ

ମାଙ୍ଗଳିକ, ପିତୃ ଦୋଷ

କାଳ ସର୍ପ ଦୋଷ ପୁଣି ବନ୍ଧ୍ୟା ଦୋଷ 

ମଣିଷ ପାଇଁ ଏ ଦୋଷ !!! 

ବିଶ୍ବାସର ଧାରେ ବେପାର ହେଉଛି

ଅଭାବୀ ମଣିଷ ସହ

ଦୋଷ ଦେଖୁ ଦେଖୁ ସରୁଛି ଆୟୁଷ

ସମସ୍ୟା ବି ଭୟାବହ 

ଗୋରୁ କନ୍ୟା ଜମି ଯୋଗାଯୋଗ

ଯୋଗ ନ ଥିଲେ ହିନସ୍ଥା

ଧନ ମନ ସହ ଥିଲେ ବି ଉତ୍କଣ୍ଠା

ବିନା ଯୋଗେ ଦୂରାବସ୍ଥା

ଜ୍ୟୋତିଷ କଥାରେ ଉପାୟ ରହିଛି

ଉପାୟ ସହ ବେପାର

ତାବିଜ ସହିତ ତମ୍ବା ପତ୍ର ଯନ୍ତ୍ର

ଧାରଣ ରତ୍ନ ପଥର

ଖାଣ୍ଟି ଗୁଆ ଘିଅ ପୋଡ଼ି ହୋମ ହେବ

ପାପ ମୁକ୍ତି ଗ୍ରହ ଶାନ୍ତି

ପାପ ଦୋଷ ଆଢ଼ୁଆଳରେ ବେପାର

ଚାଲୁ ରହିଛି ସମ୍ପ୍ରତି

ନୈଷ୍ଠିକ ବ୍ରାହ୍ମଣ ବାସ୍ତୁ ଶିଳ୍ପୀ ଶାସ୍ତ୍ରୀ

ଜାଣି ନିଜ ସ୍ବାସ୍ଥ୍ୟ ଦୋଷ

ଡାକ୍ତରଙ୍କ ପରାମର୍ଶ ଓ ଔଷଧ

ସହ ସ୍ବାସ୍ଥ୍ୟ ଦୋଷ ନାଶ 

ନିଜ ଶାସ୍ତ୍ର ବିଦ୍ୟା ଅନ୍ୟ ପାଇଁ ଲାଗୁ

ଶାସ୍ତ୍ର ବାକ୍ୟ ଧାରେ ଧାରେ 

ସତେ ଅବା ନିଜେ ପାପ ଦୋଷ ମୁକ୍ତ

ଗ୍ରହ ତାଙ୍କ ଆୟତରେ


ମୃତ୍ୟୁ ପରେ ଦୋଷ ପୁଷ୍କର ନାମରେ

ପୁଣି ପାଦ ହିସାବରେ

ଅଧିକା ପାଦ ରେ ଅଧିକା ବିଧାନ

ଖର୍ଚ୍ଚାନ୍ତ ସେଇ ମାତ୍ରାରେ

ପ୍ରତି ବର୍ଷ ଶ୍ରାଦ୍ଧ, ଶ୍ରାଦ୍ଧ ବିନା ଦୋଷ

ଦୋଷ ର ପୁଣି ଉପାୟ

ଅକାଳ ମୃତ୍ୟୁ ବି ନୂତନ ଅଧ୍ୟାୟ

ଦୋଷ ପ୍ରାୟ ଭୟାବହ


ସମସ୍ୟା ଘେରରେ ଅଛି ଏ ଜୀବନ

ବଞ୍ଚିବା ପାଇଁ ସଙ୍ଘର୍ଷ

ଚଳନ୍ତି ସମସ୍ୟା ବିପଦ ଓ ଦୁଃଖ

କାଳ କ୍ରମେ ହୁଏ ଶେଷ 

ପାପ ଅପରାଧ ଦୁର୍ବଳ ଭାବନା

ଡର ଭୟେ ପ୍ରାୟଶ୍ଚିତ 

ବିଶ୍ୱାସ ସହିତ ଖେଳ ହେଉଅଛି

ପ୍ରତିକାର ବିଧି ମାତ୍ର

ଦୁର୍ବଳ ମାନସିକତା ପ୍ରାୟତଃ

ପ୍ରାୟଶ୍ଚିତ ଆଢ଼ୁଆଳେ 

ଅପରାଧ ପାଇଁ ଦଣ୍ଡର ବିଧାନ

ରହିଛି ରହିବ ବଳେ......।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama