STORYMIRROR

sasmita tripathy

Horror Tragedy Crime

4  

sasmita tripathy

Horror Tragedy Crime

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
552

ଅତୃପ୍ତି ର ହା ହା କାର

ଅସହାୟତା ର ବନ୍ଦୀ ଗୃହେ 

ଅର୍ଦ୍ଧଦଗ୍ଧ ଆତ୍ମା ର ପୀଡନ

କେଜାଣି କଣ ଭୁଲ ଥିଲା ତାର

ସେତ ନବ ବିବାହିତା 

ସୁଗୁଣ ସମ୍ପର୍ଣ୍ଣା ବଧୁ ଟିଏ ହେବା 

ପାଇଁ କରି ଥିଲା ସମସ୍ତ ପ୍ରୟାସ

ସ୍ୱାମୀ ଙ୍କର ଶୁଭ ମନାସି 

ବ୍ରତ ଉପବାସ କରି 

ଦୀର୍ଘ ଜୀବନ କାମନା କରୁ ଥିଲା 

ଦିଅଁ ଦେବତା ଙ୍କ ପାଖରେ ।


ହେଲେ କଣ ପାଇଁ ଲିଭି ଗଲା 

ତାର ଆୟୁଷ ର ରେଖା 

ମାତୃତ୍ୱ ର ସ୍ୱାଦ ଅନୁଭବ 

କରିବା ପୂର୍ବରୁ ସେ ହୋଇଗଲା

ଗୋଟିଏ ଅଶରୀର ଆତ୍ମା ।


ସେଦିନ ଯୌତୁକ ନିଆଁ ରେ 

ଜଳି ନଥିଲା ତାର ଶରୀର

ଜଳି ଥିଲା ତାର ମନ 

ଅସୁମାରୀ ସ୍ବପ୍ନ ଯାହା

ସେ ସଜାଇ ଥିଲା ସୁଖ ର 

ନିଡ଼ ଟିଏ ରଚିବାକୁ ।


ଯୌତୁକ ରୂପୀ ଉଇ ହୁଙ୍କା

ଖାଇ ଚାଲିଛି ଏ ସମାଜ କୁ ଦିନୁ ଦିନ 

ସେ ନାରୀ ନୁହଁ ନାରାୟଣୀ ଙ୍କର ରୂପ ନେଇ

ତାର ହତ୍ୟାକାରୀ ଙ୍କୁ ଜେଲ୍ ର

ଫାଟକ ଦେଖାଇଛି

ତା ପରି ଅନେକ ଆତ୍ମା ଙ୍କୁ  

ସେ ଦେଇଛି ନ୍ୟାୟ

ଯୌତୁକ ରୂପୀ ରାକ୍ଷସ ମାନଙ୍କ 

ପାଇଁ ସେ ସାଜିଛି ସଂହାରିଣୀ ।


ଯେ ପର୍ଯ୍ୟନ୍ତ ସମାଜ ରୁ

ଯୌତୁକ ର ଅତ୍ୟାଚାର 

ଶେଷ ନ ହୋଇଛି 

ସେ ବୁଲୁ ଥିବ ଅତୃପ୍ତ ଆତ୍ମା ଟେ ହୋଇ

ଭୟ ଆତଙ୍କ ର ତାଣ୍ଡବ ରଚୁଥିବ

ଅର୍ଦ୍ଧଦଗ୍ଧ ଗୃହ ମଧ୍ୟରୁ ଶୁଭୁ ଥିବ 

ତାର କ୍ରନ୍ଦନ ର ଚିତ୍କାର ଓ 

ବିକଟାଳ ସ୍ୱର 

ବଞ୍ଚାଅ ବଞ୍ଚାଅ ବଞ୍ଚାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror