ଦେଖି ଯାଆନ୍ତନି ଥରେ
ଦେଖି ଯାଆନ୍ତନି ଥରେ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଦେଖି ଯାଆନ୍ତନି ଥରେ ??
ତୁମ ଅନୁପସ୍ଥିତିରେ ;
ମୁଁ କେମିତି ତୁମକୁ ଖୋଜି
ମୋ ଅସ୍ତିତ୍ବ ହରେଇ ବସିଛି ।।
ଦେଖି ଯାଆନ୍ତନି ଥରେ ??
ମୁଁ କେମିତି ଭଗ୍ନ ପାନ୍ଥଶାଳାର ;
ରଙ୍ଗ ହୀନ କାନ୍ଥ ପ୍ରାୟ
ଶ୍ରୀହୀନ ଦିଶୁଛି ।।
ଦେଖି ଯାଆନ୍ତନି ଥରେ ??
ତୁମ ପ୍ରଚଣ୍ଡ ଶବ୍ଦ ବାଣରେ ;
ମୁଁ ଜରାଜୀର୍ଣ୍ଣ କଙ୍କାଳ ପ୍ରାୟ
ଶେଷ ନିଃଶ୍ୱାସକୁ ଜଗି ବସିଛି ।।
ଦେଖି ଯାଆନ୍ତନି ଥରେ ??
ତୁମ ପ୍ରେମ ସୁହାଗିନୀ
ତୁମ ବିରହ ବିଛେଦରେ
ନିଜକୁ କାଙ୍ଗାଲୁଣି ସଜେଇ ସାରିଛି ।।
ଦେଖି ଯାଆନ୍ତନି ଥରେ ??
କିଛି କହିବାର ବାହାନା ହରେଇ;
ତୁମ ପ୍ରଦତ ପରିଚୟ ହଜେଇ
ଅନ୍ତିମ ଯାତ୍ରାଭିମୁଖି ହେଇ ସାରିଛି ।।