STORYMIRROR

Pranati Acharya

Tragedy

4  

Pranati Acharya

Tragedy

ଦଦରା ମଲାଟ

ଦଦରା ମଲାଟ

1 min
196

ମୁଁ ଅଟେ ସେହି ଅଭାବୀ ମଣିଷ ନାଆଁଟି ମୋହରେ ଦାଦନ 

ଦୂର ରାଇଜରେ କର୍ମ କରି ନିତି ଦେଖେ ନୂଆ ନୂଆ ସପନ ।। 


କିଛି ପାଇବାର ଆଶା ନେଇ କରି ପରରାଇଜକୁ ଆସିଲି 

ହାତ ପାହାନ୍ତାରେ ଦରିଆର ପାଣି ତଥାପି ଶୋଷିଲା ରହିଲି ।। 


ଗାଁ ଛାଡି ସିନା ବିଦେଶ ଆସିଲି ଅର୍ଥ ଉପାର୍ଜନ ପାଇଁକି 

ହେଲେ ଫସିଗଲି ଉପାସେ ରହିଲି ମୁଣ୍ଡ ଝାଳ ତୁଣ୍ଡେ ମାରିକି ।। 


ଭୋକ ପାଇଁ ଦାନା ଲାଜ ପାଇଁ କନା ଯୋଗାଡେ ଆସିଥିଲି ଧାଇଁ 

କୁହୁଡିରେ ଭରା ସହର ଏ ସାରା ହୃଦୟ କା ପାଶେ ନାହିଁ ।। 


ଭୋକର ଭୂଗୋଳ ଖାତାରେ ଲିଖିତ ଦାଦନ ଜୀବନର କଥା 

ଦଦରା ମଲାଟ ପାରି ଶୋଇଅଛି ଋଣ କାର୍ଯ୍ୟ ତା କାନ୍ଧେ ବନ୍ଧା ।। 


ରଙ୍ଗହୀନ ଲାଗେ ବଗିଚାର ଫୁଲ ପାଣି ବି ଲାଗେ ଜହର 

ଭୋକ ଉପାସରୁ ମୁକୁଳିବା ପାଇଁ ପ୍ରୟାସ କରେ ନିରନ୍ତର ।। 


ସବୁ ଆଶା ମୋର ମରୀଚିକା ହେଲା ଉଜୁଡ଼ି ଗଲା ମୋ ସପନ 

ଦାଦନ ନାମରେ ନାମିତ ହେଲି ମୁଁ ସମୟ ସ୍ରୋତରେ ମଳିନ ।।



Rate this content
Log in

Similar oriya poem from Tragedy