STORYMIRROR

Snigdha Nayak

Romance Tragedy

3  

Snigdha Nayak

Romance Tragedy

ଢେର୍ ତଫାତ୍

ଢେର୍ ତଫାତ୍

1 min
121

ଢେର୍ ତଫାତ୍

ତମ ଆଉ ମୋ ପ୍ରେମରେ

ମୋ ପ୍ରେମ ନିରାକାର ସ୍ବଛ ଗଙ୍ଗା ସଦୃଶ୍ୟ

ଅନେକ ଗୁଣ ସୌନ୍ଦର୍ଯ୍ୟ ର ସମାହାର 

ନିଷ୍ପାପ, ନିସ୍ଵାର୍ଥ, ସନ୍ଦେହ ମୁକ୍ତ

ଆଉ ତମ ପ୍ରେମ ଜହ୍ନ ତୁଲ୍ୟ କଳଙ୍କ ଯୁକ୍ତ ।।


ହଁ!! ହେଇପାରେନିଃସନ୍ଦେହ ।।

ହଁ କଳଙ୍କ ତ ମୋ ମନର ମୋହ

ହଁ ତୁମେ ଆଉ ତୁମ ପ୍ରେମ

ସ୍ବଛ, ପାବନ

ବାଦଲ ତା' କାଳିମାରେ କଳଙ୍କିତ କରେ ଯେବେ

ତ।'କୋଳେ ସମର୍ପି, ନିରାକାର ଗଙ୍ଗା ହୋଇ ବହିଯାଅ ସେବେ

ନା' ?

ତା'ଚାଦର ତଳେ କଳଙ୍କିତ କରାଇ

ଅମାବାସ୍ୟା ରାତ୍ରର ଆଢୁଆଳେ 

ତୁମ ବାସ ଯେ ସ୍ୱର୍ଗ ଅପସରାଙ୍କ କୋଳେ ।।


ବାଦଲ ଅପେକ୍ଷାରେ

ରଜସ୍ୱଳା ଜହ୍ନର ପୂର୍ଣ୍ଣ ସ୍ବଛ ରୂପର ସଂଗମରେ

ଧୀରେ ଧୀରେ ଜାବୁଡି ଚାଲେ ପୂର୍ଣ୍ଣମୀ, ପାବନ  

ଜାହ୍ନବୀକୁ ତା' କଳଙ୍କିତ ବାହୁବନ୍ଧନରେ ।।


ଆଉ ତୁମେ?

ମୋ କଳଙ୍କିନି ରୂପର ଅପେକ୍ଷାରେ?

ନା'ରୂପସୀଙ୍କ ସଂଗମରେ?

ମୁଁ ସ୍ବଛ ବୋଲି କୁହ କେଉଁ ଗର୍ବରେ?

ପ୍ରସ୍ପୁଟିତ ମୋ ତନୁ ହୁଏ ଯେବେ ପୂର୍ଣ ଯୌବନ ଭରା

ସ୍ବ, ବକ୍ଷେ, କରି ଆଲିଙ୍ଗୀନ

ଶୋଭା ବଢ଼ାଉଥାଅ ନିଜେ ଅଭିମାନେ ।।


ହୁଏ ଯେବେ ପୂର୍ଣ୍ଣମୀ ନାମେ ନାମିତା

ସେବେ ବି ତା'ରଙ୍ଗ ମୋ ମଥାଟିକା

ହୁଏ ଯେବେ ଅମାବାସ୍ୟାରେ ଭାଷିତା

ତେବେ ବି ତା ବହୁବନ୍ଧନେ ମୁଁ ସମ୍ପୂର୍ଣ୍ଣ ଗ୍ରାସିତା

କେଉଁ ଅଧିକାରେ କର ଉପହାସିତା ??

ସ୍ନିଗ୍ଧା ନାୟକ, କୋଟା,ରାଜସ୍ଥାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance