ଦ୍ବନ୍ଦ
ଦ୍ବନ୍ଦ
ସ୍ବାର୍ଥ ଆଗେ ଆଜି ସମ୍ପର୍କର ବଳି,
ମଣିଷ ପଣିଆ ଯାଉଛି ହଜି ।
ଦୁଇ ଦିନର ଏ ଜୀବନରେ କାହିଁ,
ମିଛ ଅହଙ୍କାରେ ଯାଆନ୍ତି ମଜି ।।
ସମୟ ଆଣିଲେ ଜୀବନେ ଦି ଛକି,
ବିଷମ ସଂକଟ ପଥ ଚାଲିବା ।
ପ୍ରେମ ପାଇଁ କିଏ ଭୁଲେ ପରିବାର,
ପରିବାର ପାଇଁ ପ୍ରେମ ଭୁଲିବା ।।
ଏମିତି ମୋଡରେ ଜୀବନ ଭିଡରେ,
ନିଜେ ଖୋଜିବୁଲେ ଛାଇ ନିଜର ।
ନିଜ ଖୁସି ପାଇଁ ଅନ୍ୟକୁ କନ୍ଦେଇ,
ସାଜିବ କେମିତି ସେ ସ୍ବାର୍ଥପର ।।
ମନର ଦ୍ବନ୍ଦ୍ବରେ ହେଉଥାଏ ଛନ୍ଦି,
ମୁକ୍ତି ପାଇଁ ଯେବେ ତତ୍ପର ହୁଏ ।
ଆଶାର ଆଲୋକ ଦିଶୁଥାଏ କ୍ଷୀଣ,
ଜୀବନ ଦି ଛକି ତାକୁ କନ୍ଦାଏ ।।
ସମୟର ଖେଳ ସତେ କି ବିଚିତ୍ର,
କେବେ ହସ ଦିଏ କେବେ ସେ ଲୁହ ।
ଯିଏ ଜୀବନର ଦି ଛକି ଦେଖିନି,
ସମସ୍ୟା ଦେଖିଲେ ଲୁଚାଏ ମୁହଁ ।।
