STORYMIRROR

ବି. ନିରୁପମା

Romance

3  

ବି. ନିରୁପମା

Romance

ଦାଉ ସାଧୁଅଛି ଏବେ

ଦାଉ ସାଧୁଅଛି ଏବେ

1 min
151


ହେଇଲୋ, ଯାଉଛି ନାଟୁଆ ନାଗର

ହାତରେ ବଇଁଶୀ ଧରି ,

କଣେଇ କଣେଇ ଅନେଇ ହସୁଛି

କିଛି ନ ଜାଣିଲା ପରି ।


ଏଇକ୍ଷଣି ଯାଇ ଯମୁନା କୂଳରେ

ଛକି ବସିବ ଲୋ ଇଏ ,

ହଟହଟା ତାକୁ କରିବ ନିଶ୍ଚୟ

ନୀର ଆଣି ଯିଵ ଯିଏ ।


ଯେତେ ଯାହା ତାକୁ ଝିଙ୍ଗାସି କହିଲେ

ଶୁଣେ ନ ଶୁଣିଲା ପରି ,

ଗାଲୁଆ ପଣରେ ସାରା ଗୋପପୁରେ

କିଏ ହେବ ତା'ର ସରି !


ବଡ଼ଘର ପିଲା ନାଆଁ ପଡ଼େ ସିନା

ଆମ ଘରୁ କରେ ଚୋରି ,

ଆଟିକାରୁ ଦୁଧ ପିଉ ପିଉ ଦିନେ

ନେଇଥିଲି ହାତ ଧରି ।


ବିକଳ ହୋଇକି ମୋତେ ଅଳିକଲା

ଘରେ କହିବନି ଜମା ,

ମାଆ ଜାଣିଗଲେ ଛାଟରେ ପିଟିବ

ନ ମାନିବ କାହା ମନା ।


ଭଳିଗଲି ତା'ର ସରଳ କଥାରେ 

କହିଲିନି ରାଣୀ ଆଗେ ,

ସେଥିଲାଗି କିବା ମୁହଁ ବଢ଼ିଗଲା

ଦାଉ ସାଧୁଅଛି ଏବେ ।



Rate this content
Log in

Similar oriya poem from Romance