STORYMIRROR

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ଦାଣ୍ଡ ଓଳା ସାରିଲିଣି

ଦାଣ୍ଡ ଓଳା ସାରିଲିଣି

1 min
268

ଦାଣ୍ଡ ଓଳା ସାରିଲିଣି


        ବି. ନିରୁପମା

ଗୋବର ପାଣି ମୁଁ ପକେଇକି ବୋଉ

ଦାଣ୍ଡ ଓଳା ସାରିଲିଣି,

ଗୁହାଳ ପାଇଟି କରି ଗାଈଙ୍କୁ ବି

ଖାଇବା ପାଇଁ ଦେଲିଣି ।


ବାପାଙ୍କ ସକାଶେ ଚାହା ଜଳଖିଆ

ତୁମ ଲାଗି ରାଶି ଯାଉ,

ଥୋଇ ଦେଇଅଛି ତିଆରିକି ପରା

ଏଥର ଖାଇବା ହେଉ ।


ଲିଟୁ ଲିଜା ବିରି ଚକୁଳି ପାଇଁକି

କାଲିଠୁ କଲେଣି ଅଳି,

ଆଣ ପ୍ରସ୍ତୁତ ମୁଁ କରିଦେଇଅଛି

ତିଆରିବି ଚୁଲି ଜାଳି ।


ତୁମେ ଖାଇଲେ ବି ଦୁଇଟା ଚଳିବ

ଦାନ୍ତ ଘଷୁଛନ୍ତି ଇଏ,

ଚକୁଳିଆ ପଣ୍ଡା ତୁଣ୍ଡ ଶୁଭିଲାଣି

ଭିକ୍ଷା ଦେବି ତେଣେ ଯାଏ ।


ତେଲ ଲୁଗା ପାଣି ରଖି ଦେଇଅଛି

ଆସ ନ କରିକି ମଠ,

ତୁଳସୀରେ ଜଳ ଦେଇକି ତା'ପରେ

କରିବି ମୁଁ ପୂଜାପାଠ ।



Rate this content
Log in

Similar oriya poem from Action