STORYMIRROR

Ajaya kumar Jena

Tragedy

3  

Ajaya kumar Jena

Tragedy

ଦାଦନର ସ୍ୱପ୍ନ

ଦାଦନର ସ୍ୱପ୍ନ

1 min
156

ପେଟରେ ଓଦା କନାର ପଟୁଆର

ଦିବସର ଶେଷ ସୀମା ପର୍ଯ୍ୟନ୍ତ

ବିକଳ ଭୋକମାନଙ୍କ ସହ ଲଢେ଼ଇ,

ସେ ଜିତିଯାଏ!

କିନ୍ତୁ, ଅଙ୍କୁରିତ ସବୁଜ ସ୍ୱପ୍ନ ତା'ର

ଅହରହ ହୋଇଯାଏ ଶୁଷ୍କ।


ବାରମ୍ବାର ଚେଷ୍ଟା ପ୍ରଚେଷ୍ଟାର 

ଅପନ୍ତରା ବାଟ ଦେଇ

ରଥାରୂଢ ହୁଅନ୍ତି ଚେନାଏ ହସ

ଆଉ ଚିମୁଟେ ସ୍ୱପ୍ନ ତା'ର।


କିନ୍ତୁ, ଛଳଭର୍ତ୍ତି ସମୟର ଚାବୁକ ପ୍ରହାରରେ

ସେ ନିର୍ବିକାରେ ଟଳିପଡ଼େ

ତା' ନିଷ୍ପେସି ପଖାଳ କଂସାରେ,

ଯେଉଁଠି କଂସେ ତୋରାଣି

ତା' ପାଇଁ ଟିପେ ଲୁଣରେ ସାଜେ ଅମୃତ!


ସେ ପୁଣି ଉଠେ,

ଜାଗ୍ରତ ହୁଏ!

ତା' ଲୁହକୁ ଆୟୁଧ କରି

ବହଳ ବହଳ ଧୂଆଁରେ 

ମନର ମଶାଲକୁ ଗତିଶୀଳ କରାଏ।


ସେଥିରେ ସେ ଆନନ୍ଦ ପାଏ,

କାରଣ,

ସେ କେବେ ଗର୍ଭିଣୀ ରାତିର ଛାତି ଚିରି

ରାଜା ହେବାର ସ୍ୱପ୍ନ ଦେଖିନଥିଲା।


ହଁ, ସ୍ୱପ୍ନ ତ' ଦେଖିଥିଲା

କିନ୍ତୁ ରାଜା ହେବାର ନୁହେଁ,

ବରଂ ପରସ୍ତ ପରସ୍ତ ଭୋକର ସୁଅକୁ

ତା' ଆକାଂକ୍ଷାର ସଲାସା ଦେଇ

ସବୁଦିନ ପାଇଁ ରୋକିବାର,

ହଁ, ସବୁଦିନ ପାଇଁ ରୋକିବାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy