STORYMIRROR

Banasmita Panda

Tragedy

3  

Banasmita Panda

Tragedy

ଦ୍ୱାର

ଦ୍ୱାର

1 min
200


ଏକଦା ମୋତେ ମୋ ଦ୍ୱାର

ଖୁଵ ପସନ୍ଦ ଥିଲା

ଆଖି ଯୋଡିକ ଖୋଜେ

ଅନେକ ଆଗନ୍ତୁକ

ଭଳିକି ଭଳି କାହାଣୀ, ଖୁସି ଆଉ ଅନେକ ସମ୍ୱାଦ

ସବୁବେଳେ ଖୋଲା ହୃଦୟର ଭାବ

ସ୍ନେହ, ପ୍ରେମ ଏବଂ ମମତା ଭରା

ବାଣ୍ଟୁଥିଲା ଅନେକ ସାହସ

ଅନେକ ଶକ୍ତି, ଅନେକ ଧୈର୍ଯ୍ୟ

ପୋଛି ପକାଉଥିଲା ଅନେକ ଲୁହ

ଚାପି ପକାଉଥିଲା ଅନେକ କୋହ

ଆଲିଙ୍ଗନରେ ବାନ୍ଧି ପକାଉଥିଲା

ପ୍ରତିଟି ବ୍ୟକ୍ତିତ୍ୱକୁ

କିନ୍ତୁ

ଆଜି ସେ ଯେ ଭୟଭୀତ

ସାମାନ୍ୟ ଧ୍ଵନିରେ

ଏକ ଛୋଟ ଠକ ଠକ ଶବ୍ଦରେ

ଗୋଟେ ଛୋଟ ଗର୍ତ୍ତର ମାଧ୍ୟମରେ

ଡରିଉଠଇ ତାର ସମଗ୍ର ଅସ୍ତିତ୍ୱ

ଆଖି ବୁଜି ଦେଉଛି

ମୁହଁରେ ଏକ ଧଳା ଶୁଭ୍ର

କପଡାର ଆସ୍ତରଣ

ହାତରେ କୁତ୍ରିମ ଗ୍ଳୋବ୍ସ

ମସ୍ତିଷ୍କରେ ଅଧମାନ ବିଚାର

ଦୂରତା ରକ୍ଷା କରିବାରେ

କେତେ ଦୀର୍ଘ ସମୟରୁ ଶୋଇପଡିଛି

ମୋ ଦ୍ୱାରର ସମସ୍ତ ଖୁସି

ଖାଲି ଯାହା ଗଭୀର ନିରବତା

ଦିନ, ଦିନ ଧରି

ଏକଇ ଆଶା

ପୁନଶ୍ଚ

ପୁରି ଉଠିବ ମନବତା ର ସ୍ୱର

ଚିହିକି ଉଠିବ

ଖୁସିର କରାଳରେ, ମୋ ଦ୍ୱାର.



Rate this content
Log in

Similar oriya poem from Tragedy