ଚକାନୟନ-୬
ଚକାନୟନ-୬
ତୁମେ ପ୍ରଭୂ ଗଢିଛ ଏ ଟିକି ଚଢେଇ
ତା ସାଙ୍ଗରେ ଋତୁମାଳା
ଋତୁ ମଧ୍ୟରେ ଋତୁରାଜ
କରିଛ ବସନ୍ତକୁ ପରା ।
ଥୁଣ୍ଟା ଗଛରେ ପତର କଅଁଳେ
କୋଇଲିର କୁହୁତାନ ଶୁଭେ
ଅତୀବ ସୁନ୍ଦର ସେ ସୌନ୍ଦର୍ଯ୍ୟ
ଦେଖୁଥିଲେ ମନ ହଲେନା
ଆଖି ହୁଏ ଆନମନା ।
ଫୁଲର ବାସ୍ନା ମହକୁଥାଏ
ରଙ୍ଗ ବି ସୁନ୍ଦର ଚହଟୁଥାଏ
ଏମିତି ଋତୁରେ ରଙ୍ଗ ର ଖେଳ
ଆନନ୍ଦ ଲାଗୁଛି ସତେ କାଳିଆ
ତୁ ଯେମିତି ମନଲୋଭା
ତୋ ପ୍ରକୄୄୣୣୣୣୣତି ବି ସେମିତି
କରୁଛି ଆକୄୄୄୄୄୄଷ୍ଟ ସଭିଙ୍କୁ ॥
କେମିତି କହିବି ବସନ୍ତର ଗୁଣ
ଗଛ ପତର କି ଫୁଲର
ସବୁ ତୋ ତୋରି ଦାନରେ କାଳିଆ
ସବୁ ତୋର ମାୟାଜାଲ
ତୋତେ କୋଟି ଜୁହାର ମୋର
ସଜାଇରଖେ ଏ ପ୍ରକୄୣୣୣୣତିକୁ ସଦା
ତୋ ସୄୄୄୄୄୄଷ୍ଟିର ଜୀବ ପାଇବେ ରାହା ॥
