Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Kar

Tragedy Others

3  

Sunita Kar

Tragedy Others

ଚିଠି

ଚିଠି

1 min
407



ହାଣ୍ଡିଶାଳ ର ଚୁଲିମୁଣ୍ଡରେ

ଅଧାଜଳା କାଠଖଣ୍ଡିକୁ

ଆନମନା ହୋଇ କେଂଚୁଥାଏ,

କାନ ଟାକିଥାଏ 

ସାଇକେଲ ର ଟିନ୍ ଟିନ୍ ଘଣ୍ଟି ର ଲହରୀ

ସତେକି ଆଶା ଭରସା ର ଶୀତଳ ଝରଟିଏ

ଆତୁର ଅପେକ୍ଷା...

କାହାର ???

ଚିଠି !!!


ଧାଇଁଯାଏ ଦାଣ୍ଡଦୁଆରକୁ

ଓଳିଆ ତଳେ ବହଳେ ଓଢଣା ତଳୁ

ହରିଣୀ ଆଖିଦୁଇ  

ପହଁରିଯାଏ ଡାକବାଲାର ଯିବାରାସ୍ତାରେ

ଦୀର୍ଘଶ୍ବାସର ବେଦରଦୀ ତାନ

ଛୁଇଁଯାଏ ବୁଢା ଡାକବାଲାର ଦରଦୀହୃଦୟ

ହାତଠାରି ଭରସିଯାଏ

ଆସିବ, ଆଜି ନୁହେଁ ତ କାଲି

ସୀମାନ୍ତରୁ ଚିଠି ତୋ ପ୍ରିୟର ।

     


Rate this content
Log in

Similar oriya poem from Tragedy