STORYMIRROR

Sunita Kar

Abstract Others

4  

Sunita Kar

Abstract Others

ରଜ ଦୋଳି ଡାକୁଛି

ରଜ ଦୋଳି ଡାକୁଛି

1 min
336


ସାତ ଦରିଆ ସେ ପାରି ରେ

ମୋ ଗାଁ ର ଆମ୍ବତୋଟା ଛାଇ ତଳେ

ଝୁଲୁଛି ରଜଦୋଳି

କେଁ କଟର କେଁ କଟର।

ହାତ ଠାରି ଡାକୁଛନ୍ତି 

ତା ସାଥିରେ ତାଳ ଦେଇ

ମୋ' ଗୋଲାପ, ପାଦୁକ, ଅଭଡା......

ଯେତେ ସବୁ ସଖୀ।

ରଙ୍ଗବେରଙ୍ଗୀ ଶାଢୀରେ ସଜେଇ

ସତେକି ଚିତ୍ରିତ ପ୍ରଜାପତି

ଡେଣା ମେଲି ମନଖୋଲି ଘୁରୁଛନ୍ତି

ତୋଟା ରୁ ବନ୍ଧ, ବନ୍ଧ ରୁ ଗାଁ ଦାଣ୍ଡ ଯାଏଁ।

କଣେଇ ଚାହିଁଲି ଟିକେ

ଅଧା ଆକାଶ ଉଚ୍ଚରେ ହଲୁଛି ତାଳପତ୍ର,

ଉହାଡରୁ ହସୁଛି ବାଇଚଢେଇ,

ମୋ ବେବଶୀ ବୋଳା ସ୍ମିତହାସ ରେ।

ଫେରିଆସିଲି ମୋ ଦୁନିଆକୁ

ହ୍ବାଟସ୍ ଆପ୍ ଭିଡିଓ ରୁ

ସାଉଁଟିଲି ଦୋଳି ର ପୁଲକ,

ଅବୁଝା ମନକୁ ବୁଝେଇ

ଜଣାଇଲି ଶୁଭରାତ୍ରୀ

ରଜ ପର୍ବ- ମତୁଆଲା ସାଥି ଙ୍କୁ ମୋର।


Rate this content
Log in

Similar oriya poem from Abstract