STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଛୋଟ ମୋର ଭାବନାରେ

ଛୋଟ ମୋର ଭାବନାରେ

1 min
15

 ଛୋଟ ମୋର ଭାବନାରେ କେତେ କଥା ଭାବେ ନିତି ଫୁଲ ଫୁଟେ ଭଳି ଭଳି ଉଡ଼ଇ ଯେ ପ୍ରଜାପତି। ଅଳ୍ପ କାଳ ଆୟୁଷରେ ଜିଣି ନିଏ ସର୍ବ ମନ ସ୍ରଷ୍ଟା ଙ୍କର ଦିବ୍ୟ ସୃଷ୍ଟି ସାର୍ଥକ ତା ଅବଦାନ। ବିନ୍ଦୁ ବିନ୍ଦୁ ଜଳ ମିଶି ଗଢ଼ା ହୁଏ ପାରାବାର ସେହି ଜଳ ବାସ୍ପ ହୋଇ ଆକାଶୁଁ ଢାଳ ଇ ନୀର। କେତେ କେତେ ତାରା ମେଳେ ହସି ଉଠେ ଏକ ଜହ୍ନ ସୁଲୁ ସୁଲୁ ବାଆ ବହେ ଜୋଛନାର ପଦ ଚିହ୍ନ। କୁଳୁ କୁଳୁ ତାନେ ତାନେ ବହି ଯାଏ ଝରଣା ଟି ଲକ୍ଷ୍ୟ ପଥେ ଧାଉଁ ଥାଏ ଯେତେ ଆସୁ ବିପଦ ଟି। ବିଭୁ ଚିନ୍ତା କରି ନିତ୍ୟ କର୍ମ ପଥେ ଯେ ଗମଇ ମୋର ଛୋଟ ଭାବନାରେ ଜନ୍ମ ସଫଳ ହୁଅଇ। 


Rate this content
Log in

Similar oriya poem from Action