STORYMIRROR

Dr Rashmita Panigrahi

Tragedy

3  

Dr Rashmita Panigrahi

Tragedy

ଛନ୍ଦହୀନ ଜୀବନ

ଛନ୍ଦହୀନ ଜୀବନ

1 min
204

  ବାହାରେ ସଂକ୍ରମଣ 

  ଭିତରେ ଆକ୍ରମଣ 

  ମନ ଆଶଙ୍କିତ 

  ହୃଦୟ ଖଣ୍ଡବିଖଣ୍ଡିତ, 

ବନ୍ଦ କୋଠରୀ ଭିତରେ 

ଅଣନିଶ୍ୱାସୀ ମଣିଷ, 

ପ୍ରେମର ଅସଲି ରୂପରେ 

ଦିଶେ ପ୍ରତାରଣାର ବିଷ, 

  କେବେ ରେଳ ଲାଇନ 

  ହୋଇ ଉଠେ ରକ୍ତାକ୍ତ 

  ଦୁନିଆ ବଡ ଦାଣ୍ଡର

   ବଡପଣ୍ଡା ମାନଙ୍କୁ 

   କରି ଦେଇଯାଏ କ୍ଷତାକ୍ତ !

କାହା ଥାଳି ରେ 

କେତୋଟି ଛିଦ୍ର 

ଗଣୁ ଗଣୁ ଦିନ ସରିଯାଏ 

ନ ମରି ଭୋକ, 

ଜୀବନ ଈଶ୍ୱରଙ୍କ ଦାନ 

ଦିନୁ ଦିନ ହୁଏ ଛନ୍ଦହୀନ 

 ହଜି ଯାଇ ବିବେକ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy