ଛବି
ଛବି
ଧିରେ ଧିରେ ଚେଉଁଥାଏ ସିଏ,
ଛାତି ତଳ ନାରଙ୍ଗୀ ଅଙ୍ଗାର ଉପରୁ ଯେମିତି
ଝଡି ସାରିଥିଲେ ସବୁତକ ଧୂଳି,
ପତ୍ର ଅଗର ଶେଷ ବୁନ୍ଦା ରେ
ଉଠିବସିଲା ସିଏ
ପୁଣି ଥରେ ପ୍ରମାଣିତ ହେଲା ,
" ଟୋପାଏରେ ବି ଜୀବନ ଥାଏ "
ଖାଲି ଟିକେ ଆଉଁସା ଲୋଡା
ଆଖିରେ ଆଞ୍ଜୁଳାଏ ସିକ୍ତସ୍ନେହ ସହ।
ସିଏ ଉଠିବ
ସବୁ ଯୁଗରେ ଉଠିବ ,
ପାଉଁଶତଳ ନିଆଁ କଣ ଲିଭେ!
ବରଂ ଆଉଜେଇ ରଖିଥାଏ
ଦିକ୍ ଦିକ୍ ଉଷୁମପଣ
ଗୋଟେ ଫୁଙ୍କାନଳୀ ଆଉ ତା' ପଛର ଓଠଟିଏ ପାଇଁ
ଅପେକ୍ଷା ର ଲୟ ସହ ।
ସିଏ ଇ' ତ ଡାକେ,
ଅଭ୍ଯନ୍ତରିଣୁ ଅନୁରଣନ ତୋଳେ,
ଆଉ ଯୁଗେତଳୁ ଥରଥର ଅଧରରେ
ଜୀବନ ପଶେ ।
ଜୀବନ ଫୁଙ୍କେ, ଭାତ ଫୁଟେ
ମଧୁର ମୂର୍ଛନା ପାଣି ପାଲଟେ
ମାଟିରେ ଲେପି ହେଇ ଗଢୁଥାଏ ମୂର୍ତ୍ତି ଜୀବନ ର
ମୂର୍ହୂର୍ ମୂହୂ ହାଣ୍ଡି, ହୁଙ୍କା, ବେଣ୍ଟ
ନୂଆ ହୁଏ ।
ଚେଉଁ ଥାଏ ସିଏ
ଜୀବନ୍ତ ହେଉଥିବା
ଛବି ସହ
ସ୍ମୃତି ସହ
ନିଜ ସହ ।