Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shubhra Suchitra Mahanta

Tragedy Others

4  

Shubhra Suchitra Mahanta

Tragedy Others

ଛାଇ

ଛାଇ

1 min
149


ସଭିଏଁ କୁହନ୍ତି ଛାଇ ଅଟଇ ଚିରକାଳ ସାଥୀ

କେବେ ଯାଇଛ କି ଅନ୍ଧାରକୁ?

ଅନ୍ଧାରେ କଣ ଛାଇକୁ ତୁମେ ପାରିବ ରଖି?


ମନ ଯେତେବେଳେ ଦୁଃଖ ହୁଏ, ଭାଙ୍ଗିଯାଏ

ଖୋଜୁଥାଏ ଗୋଟେ ସାହାରାକୁ..

ଛାଇ କଣ କେବେ ସାନ୍ତ୍ଵନା ଦିଏ ଲୁହ ଦେଖି?


ବାଟରେ ଚାଲିଲା ବେଳେ ସେ ସାଥିରେ ଥାଏ

ଭୋକଶୋଷ ଯଦି ଲାଗିଲା କେବେ

ତାକୁ ମେଣ୍ଟାଇ ପାରେ କି ସେ ପେଟ ପରଖି?


ପ୍ରକୃତରେ କିଏ ଶତ୍ରୁ ଆଉ କିଏ ମିତ୍ର ଅଟେ

କିଏ କୁହେ ସତ କିଏ ମିଛ 

ମଣିଷର ଛାଇ କୁ ଦେଖି ଜାଣି ପାରିବ କି?


ନିର୍ଦୋଷଟି ଯେବେ ସମାଜ ଆଗେ ଦଣ୍ଡିତ ହୁଏ

ସତ କୁ ଭୁଲ୍ ଦର୍ଶାଯାଇଥାଏ

ପ୍ରତ୍ୟକ୍ଷଦର୍ଶୀ ଛାଇ ଟି ସାକ୍ଷୀ ଦେଇପାରେ କି?


ବୃକ୍ଷ ର ଛାଇ ବାଟୋଇ ମାନଙ୍କୁ ଆଶ୍ରୟ ଦିଏ

ଟାଣ ଖରାରୁ ତ୍ରାହି ଦେଇଥାଏ

ମାନବ ଛାଇ କେବେ ଉପକାରରେ ଆସେ କି? 


Rate this content
Log in

Similar oriya poem from Tragedy