ମୋ ଭାଇ
ମୋ ଭାଇ
ଜାଣିଛି ମୋର ଏହି କବିତା
ତୁମ ଉପରେ ପ୍ରଭାବ ପଡିିବ ନାହିଁ ।
ତୁମେ ଆଜି ଭୁଲି ଯାଇଛ ଏଇ ଭାଇକୁ
ତୁମେ ଆଜି ଚାଲିଯାଇଛ ଅଫେରା ରାଇଜକୁ ।
ତୁମେ ଆଜିବି ରହିଛ ମୋର ହୃଦୟରେ
କରିିଛ ତୁମେ ଯେଉଁଠି ଘର ।
ଚାଲି ଯାଇଛ ସିନା ବହୁ ଦୂରକୁ
ମୋ ସହ ହସି ମଜା କରିବା ପାଇଁ
ତୁମେ ମୋ ପାଖରେ ନାହଁ ।।
ଦିନ ଥିଲା ମୋ ଆଗରେ
ତୁମ ମନକଥା କହୁଥିଲ ।
ଏବେ ବି ମୁଁ ବୁଝି ପାରୁନି
ତୁମ ମନକୁ ଶତ ଚେଷ୍ଟାକରି
ତୁମର ମନ ବହୁତ କଠୋର
ହେଲେ ତୁମ ହୃଦୟଟି କୁସୁମ ପରି
ଲୋଡା ନାହିଁ ମୋର ରାଜ ମହଲ
ଲୋଡା ନାହିଁ ମୋର କିଛିି
ମୋ ପାାଖରେ ଆଜି ଭାଇ ନାହିଁ ମୋର
ଏହା ନିୟତିର ସବୁ କିଛିି ।।
