ସତ କି ମିଛ
ସତ କି ମିଛ
ଜୀଉଁଛି ଜୀବନ ସତ କି ମିଛ,
ଦେଖୁଛି ସପନ ସତ କି ମିଛ,
ମାନବ ରୂପଟି ପାଇଛି ମୁହିଁ,
କହୁଛି ଦର୍ପଣ ସତ କି ମିଛ ।
ମାତୃ-ପିତୃ ଦିବସ ମୁଁ ପାଳନ କରି,
ଗଣମାଧ୍ୟମରେ ପ୍ରକାଶ କରି,
କରୁଅଛି ସମ୍ମାନ, ସତ କି ମିଛ,
କହୁଛି ଦର୍ପଣ ସତ କି ମିଛ ।
ତୋତେ ଭଲ ପାଉଛି ମୁଁ ତୋ'ରି ପାଇଁ,
ଦେଇଯିବି ଜୀବନ ମୁଁ ତୋ’ରି ପାଇଁ,
ତୁ ମନର ସନ୍ଦନ, ସତ କି ମିଛ,
କହୁଛି ଦର୍ପଣ ସତ କି ମିଛି ।
ଡର ଲାଗେ ମଣିଷକୁ ଦେଖିଲେ କେବେ,
ମଣିଷକୁ ମାରି ଦିଏ ମଣିଷ ଯେବେ,
ବୃଥା ଲାଗେ ସୃଜନ, ସତ କି ମିଛ,
କହୁଛି ଦର୍ପଣ, ସତ କି ମିଛି ।
