STORYMIRROR

Priyabrata Mohanty

Tragedy Inspirational

4  

Priyabrata Mohanty

Tragedy Inspirational

ସ୍ୱପ୍ନ ମୋର

ସ୍ୱପ୍ନ ମୋର

1 min
193

ସମ୍ବେଦନହୀନ ଏଠି ନରନାରୀ,

ଭୌତିକ ବାସନା ହୋଇ ଅଛି ଭରି !

ଅର୍ଥ ପାଇଁ ନିଜ   ଭାବନାକୁ ମାରି,

ଲଜ୍ଜିତ ହୁଏନାହିଁ ଦୁଷ୍କର୍ମ କରି !!୧!!


ଧୃତରାଷ୍ଟ୍ର ସାଜି ସଂସାର ଆଜି,

ସନ୍ତାନ ପ୍ରେମରେ ହୋଇଛି ଯେ ବାଇ !

ବଦଳି ଯାଇଛି ଚାଲି ଦୁନିଆଁର,

ଧର୍ମ ପାଇଁ ଏଠି ଜାଗା ଟିକେ ନାହିଁ !!୨!!


ଧନୀ ଦେଖାଉଛି  ପଇସାର ବଳ 

କଳା ବଜାରୀରେ ଚାଲୁଛି ବ୍ୟପାର,

ଲାଞ୍ଛିତ ବଞ୍ଚିତ  ଗରିବ ଜନତା 

ପାଉନାହିଁ କେବେ ନିଜ ଅଧିକାର !!୩!!


ସ୍ନେହ ଶ୍ରଦ୍ଧା ପ୍ରୀତି  ନାହିଁ ଏଠି କିଛି

କଳା ପଟି ବନ୍ଧା କାନୁନ ଆଖିର,

ମାନବିକତାଟି  ଶୂଳିରେ ଚଢ଼ିଛି

ମଣିଷ କରୁଛି ମଣିଷ ସଂହାର !!୪!!


ହୃଦୟରେ ଜଳେ  ସପନ ଯେ ମୋର,

ନୟନରୁ ଝରୁଅଛି ଅଶ୍ରୁଧାର !

ପରାଜିତ ପୁଷ୍ପରେ  ପିନ୍ଧିଛି ହାର,

ସ୍ୱର୍ଥୀ ସମାଜରେ କିଏ ବା କାହାର !!୫!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy