STORYMIRROR

Amulya Kumar Nayak

Tragedy Others

4  

Amulya Kumar Nayak

Tragedy Others

ଆ ମୌସୁମୀ ଆ

ଆ ମୌସୁମୀ ଆ

1 min
183


ଆ ମୌସୁମୀ ଆ....

ଅନାହତ ମୁହିଁ ପରାହତ ମୁହିଁ

ନିଦାଘେ ହୋଇଛି ବାୟା,

ଭାଙ୍ଗିଛି ଲୋ ହାଡ

ସହି ତାତି ମାଡ

ଶୀତଳ ପରଶି ଯାଆ,

ଜର୍ଜରିତ ଏଇ ମାଟିର ମଣିଷ

ଭିଜେଇ ଦେ' ତା ଘାଆ

ଆ ମୌସୁମୀ ଆ.... (୧)


ଆ ମୌସୁମୀ ଆ....

କେତେ ଦୂରଦେଶୁ ଆସିଅଛୁ ଚାଲି

ଦେଖିଯା କରୋନା ବାଆ,

ଜୀବନଠୁ ଏଠି ଜୀବିକାର ଚିନ୍ତା

ନିଶ୍ବାସେ ମିଳୁନି ରାହା,

ଜର୍ଜରିତ ଏଇ ମାଟିର ମଣିଷ

ଅଛୁଆଁ ଲୋ ତା'ର କାୟା

ଆ ମୌସୁମୀ ଆ.....(୨)


ଆ ମୌସୁମା ଆ....

ରଜ ସଜ ଏବେ ଫିକା ପଡିଛି ଲୋ

ନଈ ନାଳ ଫାଟି ଆଁ,

ଏବେ ଏବେ ୟଶ ଭାଙ୍ଗିଛି ଲୋ ଜୋସ୍

ତୁମେ ବାରେ ହୁଅ ସାହା,

ଜର୍ଜରିତ ଏଇ ମାଟିର ମଣିଷ

ଭିଜେଇ ଦେ' ମାଟି ମାଆ

ଆ ମୌସୁମୀ ଆ.....(୩)


ଆ ମୌସୁମୀ ଆ....

ଦକ୍ଷିଣ ପଶ୍ଚିମ ବାଟେ ବାଟ ଦେଇ

ମୋ ଦେଶେ ବରଷି ଯାଆ,

ମେଘ ମହ୍ଲାର ଗୀତ ଗାଇ ଗାଇ

ଶ୍ରାବଣୀ ତୁ ହେଇ ଯାଆ,

ଜର୍ଜରିତ ଏଇ ମାଟିର ମଣିଷ

କାନେ ତା'ର ଗୀତ ଗାଆ

ଆ ମୌସୁମୀ ଆ.....(୪)


ଆ ମୌସୁମୀ ଆ.....

ଆଦ୍ଯ ଆଷାଢର ମାଟିର ବାସ୍ନାରେ

ଘାସ ଫୁଲ ହୋଇ ଯାଆ,

ମୋ ସିଲଟ ପାଣି ଶୁଖିଯାଇଅଛି

ପାଠଶାଳା ଖାଁ ଖାଁ,

ଜର୍ଜରିତ ଏଇ ମାଟିର ମଣିଷ

ଗୃହବନ୍ଦୀ ଦେଖି ଯାଆ,

ଆ ମୌସୁମୀ ଆ......(୫)


ଆ ମୌସୁମୀ ଆ......

ସାନିଟାଇଜର କରିଦେ' ଦୁନିଆ

ମରୁ ମହାମାରୀ ଘାଆ,

ଲକଡାଉନରେ ସଟଡାଉନରେ

ରାସ୍ତାଘାଟ ଖାଁ ଖାଁ,

ଜର୍ଜରିତ ଏଇ ମାଟି ମଣିଷକୁ

ତୋ ରାଇଜକୁ ନେଇ ଯାଆ,

ଆ ମୌସୁମୀ ଆ......(୬)


ଆ ମୌସୁମୀ ଆ.......

କେରଳ ରାଇଜ ରାଜରାଣୀ ଆଗୋ

ମୋ ସାଥେ ପଖାଳ ଖାଆ,

ମୁଣ୍ଡେ ଠେକା ଭିଡି ଲଙ୍ଗଳ ଧରିଛି

ହିଡ ମୂଳେ ବସି ଥାଆ,

ଜର୍ଜରିତ ଏଇ ମାଟି ମଣିଷର

ତୁ ପରା ଅଟୁ ଲୋ ସାହା,

ଆ ମୌସୁମୀ ଆ.......(୭)


Rate this content
Log in

Similar oriya poem from Tragedy