STORYMIRROR

Barsha Banani Barik

Tragedy Others

4  

Barsha Banani Barik

Tragedy Others

ହେ ମହାମାରୀ କରୋନା

ହେ ମହାମାରୀ କରୋନା

1 min
188

ତୁ କେଉଁଠୁ ଆସିଛୁ, କିପରି ଆସିଛୁ

କାହିଁକି ଆସିଛୁ, କଣ ଚାହୁଁଛୁ

ଏସବୁ ତ କିଛି ଜାଣି ହୁଏନା

ଏତିକି ଗୁହାରି କରୁଛି ମୁଁ ତୋତେ ଆଉ କାହାକୁ ତୁ କନ୍ଦାନା

ହେ ମହାମାରୀ କରୋନା.......(୧)


ସଭିଙ୍କୁ ନିଜର ଶତ୍ରୁ ସଜାଉଛୁ

କାହାର ପୁଣି ସଂସାର ଉଜାଡୁଛୁ

ଭବ ସଂସାର ରେ ସତେ ବିଷ ଲହରୀ ଖେଳାଉଛୁୁ

କାହିଁ ପାଇଁ ଚଳାଉଛୁ ଏଇ ଛଳନା

ହେ ମହାମାରୀ କରୋନା.......(୨)

 

ଧୀରେ ଧୀରେ ରୋଗୀ ସଂଖ୍ୟା ବଢାଉଛୁ

କେତେ ଲୋକଙ୍କୁ ଯେ ସମାଧି ଦେଉଛୁ

ସଭିଙ୍କ ଆଖିରେ ଲୁହ ଯେ ଦେଉଛୁ

 ଅନ୍ୟ ର ଦୁଃଖରେ ସତେ କି ଲାଭ ପାଉଛୁ

ସତରେ ଟିକେ ବୁଝାଇ ଦେବୁନା

ହେ ମହାମାରୀ କରୋନା.......(୩)


ମୁଖରେ ସଭିଙ୍କ ତୁଣ୍ଡି ବନ୍ଧାଇଛୁ

ଜିଇଁ ବାର ଆଶା ଛିନ୍ନ ତୁ କରିଛୁ 

ସଭିଙ୍କ ଜୀବନେ କାଲିର ସୂରୁଯକୁ ସପନ ସଜାଉଛୁ

ସବୁ ବନ୍ଧନରେ ଫାଟ ପକାଇଛୁ

କେତେ ଦିନ ଆଉ ଚାଲିବ ଏଇ ତୋର ବାହାନା

ହେ ମହାମାରୀ କରୋନା.........(୪)


 ତାଲାବନ୍ଦୀ କରି ଘରେ ବସାଇଛୁ

ସଭିଙ୍କ ମୁଖରୁ ଦାନା ଛଡ଼ାଇଛୁ

ତୃଷ୍ଣା ପାଇଁ ଆଖି ଲୁହ ପିଆଉଛୁ

ଦୁଃଖ ଲହରୀ ରେ ସତେ ଦୋଳି ଖେଳାଉଛୁ

ସତେ କେେବେ ସରିିବ ଏ ଯନ୍ତ୍ରଣା

ହେ ମହାମାରୀ କରୋନା.........(୫)


ହଁ ଭଲ କଥା କେତେ ଶିଖାଇ ଦେଇଛୁ 

ବ୍ୟସ୍ତ ମନୁଷ୍ୟ କୁ ହାତ ଧୋଇବା ଶିଖାଇଛୁ

ସାନିିଟାଇଜର କୁ ହାତେ ଧରାଇଛୁ

ଶ୍ରମିକ ପୁଅକୁ ନିଜ ମା' କୋଳକୁ ଯେ ଆଣିଛୁ

ନିଜ ସୁୁରକ୍ଷାାାକୁ ନିଜ ହାତରେ ବୁଝାଇ ତୁ ଦେଇଛୁ

ତଥାପି ଆମ ସ୍ଵପ୍ନକୁ ଆଉ ତୁ ଭାଙ୍ଗେନା

ହେ ମହାମାରୀ କରୋନା...........(୬)


ନିଜର ବିନାଶକୁ ସତେ ଭୁଲି ତୁ ଯାଉଛୁ

ନିଜ ପରିସର ବଢେଇ ଚାଲିଛୁ

ଏଇ ମଣିଷଠୁ ବଳିଯିବୁ ବୋଲି କି ଭାବୁଛୁ  

Covaxin, covishield ନାମେ ଆମେ କେତେ ଅସ୍ତ୍ର

ଯେସଜାଉଛୁୁ 

ଡାକ୍ତର ପୋଲିସ ରୂପେ ଯୋଦ୍ଧା ଜଗେଇଛୁ

ଦେଖିବା ସତେ ତୁ ଅବା କେତେ ଯେ ଲଢୁଅଛୁ

ପରିଶେଷରେ ତୋତେ ବିନୀତ କରେ କି ଆଉ କାହାକୁ

ତୁ କନ୍ଦାନା 

ହେ ମହାମାରୀ କରୋନା.......(୭)


Rate this content
Log in

Similar oriya poem from Tragedy