STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଛାଡି ଈଶ୍ଵରସତ୍ତା

ଛାଡି ଈଶ୍ଵରସତ୍ତା

1 min
10

କବିତା - ଛାଡି ଈଶ୍ଵରସତ୍ତା

ତାରିଖ -୧୯-୦୫-୨୦୨୪


ଇତିହାସ ଆଇନା କହୁଛି

 ଅତୀତ ବୁଡିଥିଲା 

ଅମା ଅନ୍ଧାରେ ଅନ୍ଧକାରେ 

କୁସଂସ୍କାର ଋଢିବାଦି ଚିନ୍ତାଧାରା

କବଳରେ ଅଣନିଃଶ୍ଵାସୀ 

ସଂସାର ସାରା

ସଭ୍ୟତା ପରେ ସଭ୍ୟତା

ଭତ୍ଧାନ ପତନ ଲିଖିତ ତା' ଭିତରେ

ଅନ୍ଧାରୀ ମୂଲକରେ ରହୁଛି କିପରି

ଭାଗ୍ୟକୁ କର୍ମକୁ ଆଦରି 


ଭାବିଲେ କଷ୍ଟ ଲାଗେ ଗୋସେଇଁ

ଆଲୋକର ଆବିଷ୍କାର ପାଇଁ

ଜ୍ଞାନ ବିଜ୍ଞାନର ସନ୍ଧାନ ପାଇଁ

ପ୍ରସ୍ତର ଯୁଗୀୟ ମଣିଷ ବେଳରୁ ଧାଇଁ

ଅନୁସନ୍ଧାନ କରି କରି ନଇଁ ନଇଁ

ଆଜିର ଆଧୁନିକ ସମାଜରେ ପହଞ୍ଚିଛି

ଶତାବ୍ଦୀ ପରେ ଶତାବ୍ଦୀ ଡେଇଁ ଡେଇଁ


ମାତ୍ର ଆଲୋକ କାହିଁ

ଯଉଁ ତିମିର କୁ ସେହି ତିମିର

ଦୀପ ଜଳୁଛି ମିଞ୍ଜି ମିଞ୍ଜି

ନା ଅନ୍ଧାର ହଟୁଛି

ନା ଆଲୋକ ବ୍ୟାପୁଛି

ହାଲ୍ଲା ବ୍ୟାପୁଛି କିନ୍ତୁ ଦଶ ଦିଗ ଡେଇଁ


ଏକବିଂଶ ଶତାବ୍ଦୀର ମହାମାନବ

ଜଗତିକରଣ ଚକ୍ରରେ 

ଜ୍ଞାନୀ ସାଜିଛି ଧ୍ଵଂସଲୀଳା ବି କରୁଛି

ବିଜ୍ଞାନୀ ହେଇଛି ଅଣୁଅସ୍ତ୍ର ବନଉଛି

ସୁଜ୍ଞାନୀ ମଣୁଛି ନରସଂହାର କରୁଛି

ସନ୍ଧାନୀ ବୋଲୁଛି ଗୁପ୍ତଚରୀ ବାଣ୍ଟୁଛି

ପ୍ରଜ୍ଞାନୀ କହୁଛି ହିସାଂବାଦ ଚଳେଇଛି

ଅନୁସନ୍ଧାନୀ ଆପଣେଇଛି ଅହଙ୍କାର ପାଳୁଛି


କି ଲାଭ ମିଳୁଛି କେଜାଣି

ସେହି ଅତୀତ ଅନ୍ଧାର ପରି

ବର୍ତ୍ତମାନର ତିମିରାଛନ୍ନ ବ୍ୟକ୍ତିସତ୍ତା

କୁଆଡ଼େ ଧାଉଁଛି ସଭ୍ୟତାର ମୋଡ

ଅନ୍ଧାରକଣା ମଣିଷ ପରି କୁହୁଡି ପହଁରୁଛି

ବଣମଣିଷ ପରି ହୁଁ ହାଁ କରୁଛି ଛାଡି ଈଶ୍ଵରସତ୍ତା ।


Rate this content
Log in

Similar oriya poem from Fantasy