ବ୍ଯବସାୟ ଆମ ସ୍ବଚ୍ଛ
ବ୍ଯବସାୟ ଆମ ସ୍ବଚ୍ଛ
ଉପସ୍ଥିତ ସ୍ବୟଂ ଅଶ୍ବଙ୍କ ସହିତ
ଦେବା ପାଇଁ ପ୍ରଦର୍ଶନ
ସ୍ବଚକ୍ଷୁରେ ଦେଖି ପରଖି ଦକ୍ଷତା
ଗ୍ରାହକେ କର ଚୟନ ।
ଶ୍ବେତ ମନୋହର ଅତ୍ଯନ୍ତ କୁଶଳୀ
ତାଲିମପ୍ରାପ୍ତ ମୋ ଅଶ୍ବ
ବେଗବାନ କ୍ଷିପ୍ର ପାରଙ୍ଗମ ଦୁହେଁ
ପାଳନ୍ତି ଆଜ୍ଞା ଅବଶ୍ଯ ।
ଆଦେଶ ମାତ୍ରକେ ଯାଆନ୍ତି ଝପଟି
ପବନ ପ୍ରାୟେକ ଗତି
ଲଙ୍ଘି ବି ପାରନ୍ତି ଖାଲ ଖମା ଢିପ
ନଦୀ ନାଳ ଗଳି କନ୍ଦି ।
ଅଶ୍ବଶାଳାରେ ମୋ ଅଛନ୍ତି ଅନେକ
କିସମ ଜାତି ପ୍ରଜାତି
ତନ୍ମଧ୍ୟରୁ ଶ୍ରେଷ୍ଠ ଏ ଦୁଇଟି ଅଶ୍ବ
ପାଳିଛି ଯତନେ ଅତି ।
ଅର୍ଥ ବିନିମୟେ ଖୁସି ହେଉ ମନ
ନ କରନ୍ତୁ ପଶ୍ଚାତାପ
ଉଦ୍ଦେଶ୍ଯରେ ଆମ ନାହିଁ ଅଭିସନ୍ଧି
ବ୍ଯବସାୟ ଆମ ସ୍ବଚ୍ଛ ।
