STORYMIRROR

Bijaya kumar panda

Fantasy Inspirational Others

4  

Bijaya kumar panda

Fantasy Inspirational Others

ବଉଳ ଫୁଲ

ବଉଳ ଫୁଲ

1 min
264

ଆମ୍ବ ପାଦପରେ କିଏ ଦେଲା ବାସ

     ନାମକୁୁ ରଖିଲା ସେ ତୋର ବଉଳ,

ଦୁୁୁଇ ଋତୁ ଆସି ସରାଗେ ବସିିିଲେ ମିିିତ

     ବସନ୍ତ ଗ୍ରୀଷ୍ମର ତୁମେ ସନ୍ଧି ସ୍ଥଳ।

ଦରଶନେ ତବ ବ୍ୟାକୁଳ ମୋ ମନ

     ମନ ମୋହିଲା ମୋର ବଉଳ ଡାକ

ତୁୁମ ଦାନା ଅଣୁ ପରମାଣୁ ସମ

     ଦାନୀ ପଣେ ଗଣା ତଥାପି ସୃଷ୍ଟିର।

ପେନ୍ଥା ପେନ୍ଥା ହୋଇ ଏକତାର ସ୍ବରେ

      ଜୀବନ ବିିହରେ ମୁକ୍ତ ଗଗନ ତଳେ

ସମର୍ପିତ ସଦା ପ୍ରାଣୀଙ୍କ ସେବାରେ

      ଦେବା ଦେବୀଙ୍କ ପ୍ରିୟ ତୋ ପଲ୍ଲବେ।

ମାନବର ସ୍ବରେ ଛାରଖାର ତୁମେ

       ହିିଂସା ଦ୍ବେଷ ନାହିଁ ତୋର ମନରେ

ଖରା ବର୍ଷା ପୁଣି ଶୀତ କାକରରେ

       ଦଣ୍ଡାୟମାନ ଆହେ ବୀର ଦର୍ପରେ।

ସେଥିପାଇଁଁ ମାନ୍ୟତା ଜାତୀୟ ଫଳ

        ପହିିଲ ପରସ ପ୍ରକୃତି ଓ ପୁରୁୁୁୁଷର

ସେ ରସରେ ମନ ମୋର ସଦା ପବିତ୍ର

        ଗୁୁୁୁଣୁୁ ଗୁଣୁ ତାଳେ ଛୁଟିିିଥାଏ ମଧୁପ।

ତୁ ଆସିିିଲେ ପିଲାମାନେ ପାଖ ନଛାଡ଼ନ୍ତି

         ସେ ମୂଳରେ କେତେ କ୍ରୀଡା କରିଥାନ୍ତି

ଶୀତଳ ସମୀର କେବେ ଖରା ଆଉ ଛାଇ

         ମାତୃ ହୃଦୟ ତୋର ପୁରି ଉଠଇ।

ଚାଲି ନପାରି ବହୁତ ଉପକାର କର

         ବିିଶ୍ଵ ଭ୍ରମଣ କରି ମୁଁ ସାଜିଛି କୃତଘ୍ନ

ମୋ ହୃଦୟେ ଭରିଛି ହିିଂସା ଓ କପଟ

           କିିିପରି ଗଢ଼ିଲା ବିଧାତା କରି ନିିସ୍କପଟ।

ସବୁ ଥାଇ ମୋତେ ଶୂନ୍ୟ ଶୂନ୍ୟ ଲାଗେ

         ଶୂନ୍ୟ ଥାଳରେ କେମିତି ଲଭୁ ଶାନ୍ତି ଏତେ

ଆମ୍ର ବଉଳ ହେ ଇଶ୍ଵର କରିଦିଅ ମୋତେ 

         ମନ ରହିିିଥିବ ସଦା ଜଗତର ଉପକାରେ।।


         



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy