STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ବଉଳ ଗଛ

ବଉଳ ଗଛ

1 min
221


ନଥପୁରର ସେହି ବଉଳ ଗଛ

ଯାହାର ଛାଇ ଅତ୍ୟନ୍ତ ଘଞ୍ଚ

ଯେତେଟା ବରଷ ହୋଇଥାଇ ଆୟୁ

ଦେଖି ଦେଲେ ଥରେ ମନ ମୋହି ନିଏ ।

ଗାଆଁ ଦାଣ୍ଡ ପାଖ ଭାଗବତ ଟୁଙ୍ଗୀ

ଗାଆଁ ନ୍ୟାୟ ନିଶାପର ମୁକ ସାକ୍ଷୀ

ଏଇ ଗାଆଁ ଝିଅ ଗାଆଁ ମୋହ ଛାଡ଼ି

ବିବାହ ବେଳାରେ ମେଲାଣି ନେଇଛି ଏଠୁ 

ସେଇ ବଉଳ ଗଛକୁ ଚାହିଁ ଅପଲକେ

ବାହାଘର ବାଜା ଓ ରୋଷଣୀରେ

ଆଲୁଅର ଝିଲିମିଲି ଆଲୋକରେ

ସତେ ଯେ ବଉଳ ଗଛଟି ଆମୋଦିତ ହୁଏ

ମୁହୂର୍ତ୍ତକେ ପାଲଟି ଯାଏ ଗାଉଲିଁ ବୋହୁଟି ପରି।

ମଲା ଗଲା ଦୁନିଆରେ ମରଣ କାହାର ଆଜି ଅବା କାଲି

ସେଇ ବାଟେ ଶମଶାନେ ଯାଏ ଶବଟିଏ ହୋଇ

ଝରାଇ ଲୋତକ ବିନ୍ଦୁ କାକର ଟୋପାରେ

ଅବା ବର୍ଷାର ବାରି ଧାରା ଟପ ଟପ ହୋଇ

ଅବା ରୌଦ୍ରସ୍ନାତ ଦ୍ଵି ପ୍ରହର ବେଳାର ଶୁନ ଶାନରେ

ହଜି ଯାଏ ଆଜି କାଲି ଓ ଆଗାମୀ ଦିନରେ

ସେଇ ଗଛ ଗଛ ନୁହେଁ ସାକ୍ଷାତ ଇଶ୍ଵର

ଇତିହାସ କିମ୍ବଦନ୍ତୀ ଆତ୍ମ ବିଶ୍ଵାସର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action