STORYMIRROR

Papu parida

Drama Others

4  

Papu parida

Drama Others

ବର୍ତ୍ତମାନ

ବର୍ତ୍ତମାନ

1 min
256

ମଣିଷ ଚିହ୍ନିବା ନୁହଁଇ ସହଜ

କିଏ ନିଜର କିଏ ପର

ରୋଷ ଆନନରେ ପ୍ରସନ୍ନତା ମୁଖା 

ସାଥେ ଚାଲିବାକୁ ଲାଗେ ଡର।


ସମ୍ପର୍କ ମୁଣିର ଆକାରଟା କାହିଁ 

କମିଗଲା ପରି ଲାଗୁଛି

ଭର୍ତ୍ତି ହେଲାକି ସେ ମିଛ ସମ୍ପର୍କରେ 

ନା ଦରଜି ମାପ ଭୁଲ କରିଦେଇଛି।।


ଆଇନା କି କହେ ମନର ବେଦନା

ଲୁହ ଲୁଚିଛି ଏ ହସ ତଳେ

ମୁହଁରେ ଖୋଜିଲେ କଅଣ ପାଇବୁ

ମନ ତିଳ ତିଳ ହୋଇ ଜଳେ।


ଟାଣୁଛି ଅତୀତ ଡାକେ ଭବିଷ୍ୟତ

କିନ୍ତୁ ବର୍ତ୍ତମାନରେ ମୁଁ ବଞ୍ଚିଛି।

ଅତୀତରୁ ଶିକ୍ଷା ଭବିଷ୍ୟକୁ ଅପେକ୍ଷା

ମନେ ଅସୁମାରୀ ଆଶା ସଞ୍ଚିଛି।


ଜୀବନ ଯୁଦ୍ଧରେ ଯୋଦ୍ଧା ଜଣେ ମୁହିଁ

ପୁଣି ଶତ୍ରୁ ନିଜେ ମୁଁ ମୋହର

ସମୟର ମୂଲ୍ୟ ବୁଝି ନପାରିଲେ

ଏଠି ଦୋଷ ଅବା ଆଉ କାହାର।


Rate this content
Log in

Similar oriya poem from Drama