STORYMIRROR

Panchanan Jena

Fantasy

4  

Panchanan Jena

Fantasy

ବର୍ଷେ ଆୟୁଷ ପୁରିଲା

ବର୍ଷେ ଆୟୁଷ ପୁରିଲା

1 min
222


ଶେଷ ରାଜନୀର ବିଦାୟୀ ବିଳାପ

ଆସନ୍ତା କାଲିର ସ୍ୱାଗତ କଳାପ

ଏହି ଲଗ୍ନ ଦୋଛକିରେ 

ଏହି ଦ୍ବନ୍ଦ ଦୁନ୍ଦୁଭିରେ 

ଜଳୁଥାଏ ୩୧ ଡିସେମ୍ବର ସାରାଦିନ

ବୁଝି ପାରୁ ନଥାଏ 

୨୦୨୪ ଯାଉଛି ଦୁଃଖରେ ମ୍ରୀୟମାଣ କି

୨୦୨୫ ଆସୁଛି ଖୁସିରେ ମଞ୍ଚ ତୋରଣ


ଏପଟେ ଉଦୟଭାନୁର ମାୟାଞ୍ଚନ

କୁହୁଡିର କୁହେଳିକାରୁ ମୁକ୍ତ

ଏପଟେ ଝଲମଲ ଅପରାହ୍ନ

ଅନ୍ତିମ ଦୃଶ୍ୟରାଜିରୁ ହେଇ ପାରୁନି ବିଯୁକ୍ତ


ଏପଟେ ଶେଷ ସଂଧ୍ୟାର ସଞ୍ଜଦୀପ

ସୂଯ୍ୟାସ୍ତ ପରେ ବି ମିଞ୍ଜିମିଞ୍ଜି ପ୍ରଦୀପ

ଏପଟେ ଶେଷ ଜବନିକାର ଟଙ୍କାର

ଅନ୍ତିମ ସ୍ବପ୍ନରେ ଆକ୍ତାମାକ୍ତା ଦୃଶ୍ୟଶିଳ୍ପ


ବଡ଼ ଅସହାୟ ଲା

ଗେ ଭାବିଲେ

ଡିସେମ୍ବର ମାସର ଶେଷ ଦିନର ଶୂନ୍ୟତା

ଆହୁରି କଷ୍ଟକର ଲାଗେ ଦେଖିଲେ

ଜିରୋ ନାଇଟ୍ କଳରବ କୋଳେ ପ୍ରସ୍ତର ନୀରବତା


ହାହାକାର ଏଠି ବିଦାୟୀ ବର୍ଷର

ମିଛ କହିଲି

ଜଣେ ଅଧେ ବି ନୁହଁ ଅନୁତପ୍ତ

ଜଣେ ଦି ଜଣ ବି ନୁହଁ ଶୋକାପ୍କୁତ


ବରଂ ସମସ୍ତେ ଧାରେ ହସରେ

ଦୁଇଧାଡ଼ି ମୋବାଇଲ ମ୍ୟାସେଜରେ

କିଛି ବଛା ବଛା ଶବ୍ଦ ଶୁଭେଚ୍ଛାରେ

ପାର୍ଟିରେ କ୍ଲବରେ ନାଚରେ ଖାଦ୍ୟରେ

ରଙ୍ଗୀନ ଆଲୋକମାଳା ରଙ୍ଗୋଲୀରେ

ନୂଆ ବର୍ଷ ୨୦୨୫ କୁ କରୁଛନ୍ତି ସ୍ୱାଗତ


କହିବେ ବିବେକୀ ଆପଣ

ପୁରୁଣା ବର୍ଷ ହାରିଲା କି

ନୂଆ ବର୍ଷ ଜିତିଲା

ବୋଧେ ଆଉ ବର୍ଷେ ଆୟୁଷ ସରିଲା |


Rate this content
Log in

Similar oriya poem from Fantasy