ବର୍ଷାରେ ଭିଜା ରାତି
ବର୍ଷାରେ ଭିଜା ରାତି
ମନେ ପଡ଼ିଯାଏ ତୁମସହ ସେହି
ବରଷାରେ ଭିଜା ରାତି
ଦେହ ଥରୁଥାଏ ମନ କହୁଥାଏ
ଆଉ କିଛି କଥା ଅଛି ବାକି
କେବେବି ସରେନି କେତେକଥା ଅଛି
ତୁମକୁ କହିବା ପାଇଁ
ହେଲେ ସେ ସମୟ ଆସୁଥାଏ
କିନ୍ତୁ ସୁଯୋଗ ଯେ ମିଳେ ନାହିଁ
କାହିଁକି କେଜାଣି ଆମ ପ୍ରେମ ଲାଗି
ସଭିଏଁ ପାଷାଣ ହେଲେ
ଦୁଇଟି ମନକୁ ଭାଙ୍ଗି ଦେବା ପାଇଁ
ସବୁବେଳେ ଚିନ୍ତା କଲେ
ଦେଖା ହୁଏ ନାହିଁ କେତେବେଳେ ଅବା
ଚାହିଁ ଚାହିଁ ପାହେ ରାତି
ତୁମରି ପ୍ରେମରେ ପାଗଳୀଟି ପରୀ
ତୁମକୁ ଚାହିଁ ରହେ ଯେମିତି
ସଭିଏଁ ହସନ୍ତି ଦେଖି ଦେଲେ ମୋତେ
କହୁଥାନ୍ତି କେତେ କଥା
ମନେ ମନେ କାନ୍ଦେ ତୁମକଥା ଭାବି
ସତେ ନାହିଁ ତୁମକୁ ମୋ ଚିନ୍ତା
କାହିଁକି ଆସନାହିଁ, କିଛି କୁହ ନାହିଁ
କାହିଁକି ମୋ ମନ ଦେଲି
ପ୍ରେମ ନୁହେଁ ଏତ କେବଳ ବିଛେଦ
ମନେ ମନେ କହେ ଖାଲି
ଭୁଲି ବାକୁ ଭାବି ଭୁଲି ପାରେ ନାହିଁ
ବାରମ୍ବାର ମନେ ପଡ଼
ପ୍ରତି ମୁହୂର୍ତ୍ତରେ ତୁମ ପାଇଁ ଲୁହ
ଝରୁଥାଏ ନିରନ୍ତର
କେବେ ଯଦି ତୁମେ ଆସିଯାଅ
ଥରେ କଣକହିବି ଆଉ
ଭାବୁଥାଏ ମୁଁ ସମୟର କଣ୍ଟା
ଏଇଠି ଅଟକି ଯାଉ
ଟିକିଏ ତୁମକୁ ଦେଖିବା ପାଇଁ
ପାଗଳିନୀ ପରୀ ହୁଏ
ଘରରୁ ବାରିକୁ ଛାତରୁ ତଳକୁ
ଦିନମୋର ବିତିଯାଏ
ଧୀରେ ଧୀରେ ଯେବେ ହୋଇଯାଏ
ସଞ୍ଜ ଆସିଯାଏ କଳାରାତି
ତୁମ ସହ ଟିକେ କଥା ହେବାପାଇଁ
ଭାବୁଥାଏ ମୁଁ ଯେମିତି
କାହାରିକୁ କିଛି କଣ କହିବି
ମନେମନେ ଭାବେ ଖାଲି
ଯେବେ ଦେଖା ହେଲା କହିଲି ତୁମକୁ
ତୁମସହ କିଛି କଥା ଅଛି ବୋଲି
ସମୟ ଥିଲେ ଆମ ବାରିପଟକୁ
ଟିକେ ଆସିବ ଚାଲି
ମନେ ମନେ ତୁମେ ହସି ଦେଲ
ଯେବେ କଣ କହିବି ଆଉ
ଲାଗିଲା ଯେମିତି ଚାହୁଁଥିଲ
ତୁମେ ଏହିପରି କିଛି ହେଉ
ପ୍ରକୃତି କୋଳରେ ଆକାଶରୁ ଯେବେ
ବରଷା ଯେ ଝରୁ ଥିଲା
ଆମ ଦୁଇ ମନ ବରଷା ରାତିରେ
ଏକାଠି ଯେ ହୋଇଗଲା
ଲାଗିଲା ଯେମିତି ଏହି ଭିଜା ରାତି
କେବେବି ନ ସରି ଯାଉ
ମୋର ଏ ପ୍ରେମ ତୁମରି ମନରେ
ସବୁଦିନ ରହି ଥାଉ
କେତେ ରାଗ ପୁଣି କେତେ ଅଭିମାନ
ମୋ ମନରେ ରହି ଥିଲା
ମୁଁ ନିଜେ ଜାଣେନି କାହିଁକି ସେସବୁ
କେଉଁ ଆଡେ ଚାଲି ଗଲା
ତୁମରି ମନରେ ଏହି ମନ ମୋର
ସବୁଦିନ ହଜିଗଲା
ବରଷା ବେଳର ସେହି ଭିଜା ରାତି
ସବୁଦିନ ମନେ ରହିଲା