STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ବର୍ଷାକୁ ପାଏ ଭଲ

ବର୍ଷାକୁ ପାଏ ଭଲ

1 min
195



ବରଷା ଗୋ' ବର୍ଷା

ତୁମେ ଥିଲ ଭରସା

ଅଣାୟତେ ଯାଉଥିଲ 

ଦିନେ ତୁମେ ବରଷି

ମୋ'ମନ କଦମ୍ବ ବନେ 

ଫୁଟାଇଛ ଫୁଲ ଦିନେ ।

ଶୀତଳତା ଭରି ମନ କଳସୀ ।0।


ତୁମ ପାଦ ଶବଦରେ,

ପବନର ସୁର ସୁରେ।

ଝଙ୍କାର ତୋଳି ନାଚେ ଏ ମନ ।

ଯାଅ ଥରେ ଛୁଇଁ ଛୁଇଁ 

ପ୍ରୀତିର ପୀୟୂଷ ଦେଇ

ମୁର୍ଛନା ଭରି ଏଇ ଲଗନେ ।।

ଭରଶାର ବର୍ଷା ଗୋ...

ତୁମେ ମୋ'ଜୀବନ ସାଥୀ

ପ୍ରେମ ପ୍ରେୟସୀ॥୧॥


ତୋ' କବରୀରେ ମହ୍ଲାର 

ଚପଳା କରିଛି ଘର 

ଦେଖି ମନ ହଜିଯାଏ କାହିଁ।।

ଗେହ୍ଲେଇ ଫୁଲେଇ ହୋଇ 

ଯାଆ ଏ ପରାଣ ଛୁଇଁ

ବସିଛି ତୋ ଫେରିବା ଚାହିଁ।।

ଅବୁଝା ବରଷା ମୋ...

ଫେରିଆ ଲୋ' ଥରୁଟିଏ 

ତପତ ନାଶି ।।୨।।



Rate this content
Log in

Similar oriya poem from Romance