STORYMIRROR

Prahallad Sahoo

Romance Fantasy

4  

Prahallad Sahoo

Romance Fantasy

ବର୍ଷା ତୁମେ

ବର୍ଷା ତୁମେ

2 mins
13

ବର୍ଷା ତୁମେ ପ୍ରୀତି ମନ୍ଦାକିନୀ

ତୁମେ ତୁମ ମନ ସ୍ରୋତସ୍ୱିନୀ

ତୁମେ ତୁମ ଗତିପଥେ ସ୍ବର ସୁହାସିନୀ ।


ବର୍ଷା ତୁମେ ଆସ ତୁମ ଇଚ୍ଛାରେ 

ତୁମକୁ ପ୍ରତିକ୍ଷା କରି 

ମରୁ ମରୁଭୂମି ଆଜି ଅଶୃସିକ୍ତ, 

ଉଦ୍ଗୀରଣ ହୋଇଚାଲିଛି

ଉତ୍ତପ୍ତ ଲାଭା ବେଶ ହସ ଖୁସିରେ।


ସତେ କି ମରୁଭୂମିର ଆଖିରୁ

ଜ୍ବାଳା ଓ ଜ୍ଵଳନର ଅଶୃ ଝରୁଛି,

ପ୍ରତିକ୍ଷା ଓ ପ୍ରତାରଣାର

ପ୍ରତିଶୋଧର ଅଶୃ ନିଗିଡି ପଡୁଛି,

ଦହନ ଓ ଦାହନର ଲୋତକ ଝରୁଛି।


ଥରୁଟିଏ ଆସି ଛୁଇଁଯାଇଥିଲେ

କଣ ଅଛୁଆଁ ହୋଇଯାଇଥାଆନ୍ତ?

ବର୍ଷିବା ତ ଦୂରର କଥା

ତୁମ ମଧୁର ରିମଝିମ ଶବ୍ଦରେ 

ଥରୁଟିଏ କଣ ଶବ୍ଦାୟିତ କରିଯାଇନଥାଆନ୍ତ?

ତୁମ ମଧୁର ମୂର୍ଚ୍ଛନାରେ 

ଥରୁଟିଏ କଣ ମୂର୍ଚ୍ଛିତ କରିପାରିନଥାଆନ୍ତ?

ତୁମ ଘନ ଘର୍ଘର ଶବ୍ଦ ଝଙ୍କାରରେ

ଥରୁଟିଏ କଣ ଝଙ୍କୃତ କରିପାରିନଥାଆନ୍ତ?

ତୁମ ନିକ୍ବଣ ନିଶବ୍ଦ ମୟୂରୀ ଚାଲିରେ

ଥରୁଟିଏ ପଦସ୍ପର୍ଷ କରି ଯାଇନଥାଆନ୍ତ?


ତୁମ ଅନାହତ ଅଭିପ୍ସା ଅନ୍ତରାଳେ

ତୁମେ କଣ ଯେ ଲୁଚେଇ ରଖିଛ

ଥରୁଟିଏ ତୁମରି ଆଶ୍ଳେଷ ପାଇଁ

ହା ହାକାର ସମଗ୍ର ଧରାଧାମ। 


ତୁମେ କଣ ଆଉ ଆସିବ ନାହିଁ?

ନା, ଅବସମ୍ଭାବୀ ପ୍ରଳୟକୁ 

ସାଥିରେ ନେଇ ଆସିବାର 

ଆଉ ଏକ ସୁନିଶ୍ଚିତ ପରିକଳ୍ପନା?


ଯଦି ଏମିତି ଆସିବାରେ ଆନନ୍ଦ

ତେବେ ପଞ୍ଚଭୂତର ଏ ଶରୀରକୁ

କାହିଁକି ଜୀବିତ ରଖିଛ?

ପୃଥିବୀ, ଜଳ, ବାୟୁ, ଆକାଶ, ଅନଳ

ତାମଧ୍ୟରେ ଅନ୍ଯତମ ତୁମ ସ୍ୱରୂପ

କଳା ବାଦଲର ଉତ୍ତରୀ ତଳେ

ଆଉ ଖେଳନା ଲୁଚକାଳି

ବଉଦର କଟି ମେଖଳାରୁ

ତୁମେ କେବେ ଆସିବ ଝରି ଝରି ?

ସାର୍ଥକ ହୃବ ଏ ଜୀବ

ସେ ଅମୃତ ସୁଧା ଧାର ପାନ କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance