STORYMIRROR

Kishore Nayak

Children

3  

Kishore Nayak

Children

ବରଷା ରାଣୀ

ବରଷା ରାଣୀ

1 min
57


ଆଷାଢ଼ ମାସରେ ବରଷା ରାଣୀ 

              ଆସିଛି ଦେଖ ଭାଇ 

ସବୁଜ ପାଟ ପିନ୍ଧିଣ ଦେହେ 

              ମୁଣ୍ଡେ ଓଢଣୀ ଦେଇ ll

ଧରଣୀ ପେନୁ ଉଠଇ ହସି 

              ପାଇ ଶୀତଳ ଶମ 

ଆହ୍ଲାଦେ ନାଚେ ଜୀବଜଗତ 

              ପଲ୍ଲବୀ ଅନୁପମ ll

ନିଦାଘ ତାତି ଯାତନା ଭୁଲି 

            ସାରା ଜଗତ ବାସୀ 

ଆଶ୍ବସ୍ତି ଲଭି ତୃପ୍ତି ଉଲ୍ଲାସେ 

            ହୁଅନ୍ତି ଭାରି ଖୁସି ll

ଗଛର ଡାଳେ ପକ୍ଷୀଏ ସବୁ 

            ଝାଡ଼ନ୍ତି ତାଙ୍କ ପର 

ଆକାଶେ ଦେଖି ମେଘ ମହ୍ଲାର 

            ଖରାକୁ ନଥାଏ ଡର ll

ମଉସୁମୀର ଆଗମନରେ 

            ବରଷା ଯାଏ ଝରି 

ସଜେଇ ହୁଏ ଧରଣୀ ପେନୁ 

            ସବୁଜିମାରେ ଭରି ll

ଥୁଣ୍ଟା ଗଛରେ ସବୁଜ ପତ୍ର 

            କଅଁଳି ଉଠେ ପୁଣି 

ଚାଷୀ ଭାଇଟି ଧାନ ବିହନ 

            କ୍ଷେତରେ ଦିଏ ବୁଣି ll

ଆଷାଢ଼ ଯାଏ ଶ୍ରାବଣ ଆସେ 

            ଘୋର ବରଷା କାଳ 

ଚାଷ କାମରେ ଉଠନ୍ତି ମାତି 

            ସଭିଏଁ ଚାଷୀ କୂଳ ll

ଶ୍ରାବଣ ପରେ ଭାଦ୍ରବ ଆସେ 

            ଆସେ ଅଶ୍ଵିନ ମାସ 

ବରଷା ରାଣୀ ବିଦାୟ ନିଏ 

            ଫୁଟାଇ ବୁକେ ହସ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children