Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children

3  

ବି. ନିରୁପମା

Children

ବରଷା ପାଗ

ବରଷା ପାଗ

1 min
140


ଟୁପୁରୁ ଟୁପୁରୁ ବରଷେ ପାଣି 

ଚାହିଁଦେଖ ତେଣେ ମାମୁନି ରାଣୀ-

ତୂଳିଟି ନେଇ 

   ମନଟି ଦେଇ

ମେଘମାଳା ଛବି ଯାଏ ଗାରେଇ ।


ସାରୁ ଗଛ ମୂଳେ ବେଙ୍ଗୁଲୀ ବସି 

ଛୁଆମେଳେ ଗୀତ ଗାଉଛି ହସି ।

ପାଣି ଛିଟିକା 

  ମାରେ ମିଟିକା

ଫୋଟକା ମିଳାଏ ଫୁଟିଫୁଟିକା ।


କାଗଜ ଡଙ୍ଗାଟି ତିଆରି କରି  

ପାପୁନି ଧାଉଁଛି ସରାଗେ ଧରି ।

ସୁଏ ଭସାଇ 

    ଦେବ ଖସାଇ 

ନଦୀ ଜଳେ ସେ ତ ମିଶିଵ ଯାଇ ।


ଆହା କେଡ଼େ ମଜା ବରଷା ପାଗ 

ଯାହାକୁ ଯେମିତି ଲାଗୁଛି ବାଗ ।

ଆପଣା ଢଙ୍ଗେ 

   ଏକା ବା ସଙ୍ଗେ

ଉପଭୋଗ ତାକୁ କରନ୍ତି ରଙ୍ଗେ ।



Rate this content
Log in

Similar oriya poem from Children