Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଉତ୍କର୍ଷୁ ସାହିତ୍ୟ ଭାଷା

ଉତ୍କର୍ଷୁ ସାହିତ୍ୟ ଭାଷା

1 min
138



ଜିଲ୍ଲା କେନ୍ଦୁଝର ଜମ୍ଭରା ସୁଗ୍ରାମ 

ସୁନ୍ଦର ଭାଷା ସାହିତ୍ୟ 

ପାଳିଛି ଅନନ୍ୟା ଏକାଦଶତମ

ମହୋତ୍ସବ ସାରସ୍ୱତ ।


ଅନନ୍ୟ ଅନନ୍ୟା ଭବ୍ୟ ଆୟୋଜନ

ସୁନ୍ଦର ଆତିଥେୟତା

ଭରିଥିଲା ପ୍ରାଣେ ଦିବ୍ୟ ଅନୁଭବ

ସଙ୍କଳ୍ପନା ସୃଜନତା ।


ଧନ୍ୟ ସେନାପତି ନାରାୟଣ ଚନ୍ଦ୍ର 

ଧନ୍ୟ ତୁମ ମାତାପିତା

ଅଟେ ମହନୀୟ ଦୃଷ୍ଟାନ୍ତମୂଳକ

ସୁକର୍ତ୍ତବ୍ୟ ଭାଷା ନିଷ୍ଠା ।


ଅଜାଡି ମମତା ସେନେହ ସୋହାଗ

ଗଢିଅଛ ପରିବାର

ଭାବର ବନ୍ଧନେ କରିଛ ସଭିଙ୍କୁ

ଉଜାଗର ଆପଣାର ।


କଳା ସୁସାହିତ୍ୟ ସମାଜ ସେବାକୁ

ଦେଉଛ ଅଗ୍ରାଧିକାର 

ଗୁଣାତ୍ମକ ଶିକ୍ଷା ବିକାଶ ସାଧନେ

ପ୍ରଗାଢ ପ୍ରଯତ୍ନଶୀଳ ।


ଦୂର ଦୂରାନ୍ତରୁ ଆସୁଛନ୍ତି ଧାଇଁ

ଭାଷା ଓ ସଂସ୍କୃତି ପ୍ରେମୀ

ଅନନ୍ୟା ଆଦର୍ଶେ ହୁଅନ୍ତି ଉଦବୁଦ୍ଧ

ପ୍ରଶଂସନ୍ତି ଗୁଣୀଜ୍ଞାନୀ ।


ସ୍ମରଣୀୟ ହୋଇ ରହିଛି ରହିବ

ଗଲା ଡିସେମ୍ବର ଚାରି

ଉପସ୍ଥିତ ହୋଇ ସ୍ୱଚକ୍ଷୁରେ ଆମ୍ଭେ

ଦରଶନ ଅଛୁ କରି ।


ବିଜେ ଜଗନ୍ନାଥ ସୁରମ୍ୟ ମନ୍ଦିର 

ବେଢା ମଧ୍ୟେ ଅଭ୍ୟର୍ଥନା

ପାଲା ମଣ୍ଡପର ପଡିଆକୁ ଲାଗି

ମଞ୍ଚ ହୋଇଥାଏ ବନ୍ଧା ।


ନୃତ୍ୟ ଗୀତ ତାଳେ ହେଲା ଶୁଭାରମ୍ଭ

ସାଂସ୍କୃତିକ ମହୋତ୍ସବ 

ଥିଲେ ମଞ୍ଚାସୀନ ବରେଣ୍ୟ ଅତିଥି

ସୁଧୀବୃନ୍ଦ ସଭାସଦ ।


ମାତୃ ପୂଜନର ମଧୁର ପରଶ

ଅନନ୍ୟାଙ୍କ ଶଙ୍ଖନାଦ

ଲଭି ସମ୍ବର୍ଦ୍ଧନା ପ୍ରତିଭା ସନ୍ତୋଷେ

ଦେଉଥିଲେ ଧନ୍ୟବାଦ ।


ଜଣାଉ ଶୁଭେଚ୍ଛା ହେଉ ପରିପୂର୍ଣ୍ଣ 

ଅନନ୍ୟା ଆକାଂକ୍ଷା ଆଶା

ହେଉ ସୁପ୍ରସାର ରାଜ୍ୟ ଜାତି ସ୍ତରେ

ଉତ୍କର୍ଷୁ ସାହିତ୍ୟ ଭାଷା ।

  



Rate this content
Log in

Similar oriya poem from Inspirational