କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
କେଣେ ଘେନି ଯାଉଛ କୁହ ଜଗନ୍ନାଥଙ୍କୁ
ରହିଲେ ଅତୁଟ ଶ୍ରୀମନ୍ଦିର ଶିରୀ
ଟେକିବେ ସେ ମହାବାହୁକୁ ।
ହେବ ଯଦି ଖାଲି ବଡ ଆମ ପାଇଁ
ସ୍ବାର୍ଥ ଆଉ ପରିବାର
ରହିବନି ଯଦି ମଠ ଓ ମନ୍ଦିର
ଜାଗା ହେବ ଅକ୍ତିଆର
ତ୍ଯାଗ ତପଭୂମି ହେଲେ ଭୋଗାବିଷ୍ଟ
ଶ୍ରୀକ୍ଷେତ୍ର ପାଇବ ନିନ୍ଦାକୁ ।
ଦିବ୍ଯ ମାଧୁର୍ଯ୍ୟର ପୁଣ୍ଯ ମୁକ୍ତିତୀର୍ଥ
ଧାମ ଶ୍ରୀପୁରୁଷୋତ୍ତମ
ଅଧମ ବିଚାରେ କ୍ଷମତା କନ୍ଦଳେ
ନହେଉ ରଣ ଅଙ୍ଗନ
ହେଉ ଧରୋହର ଐତିହ୍ଯ ସଂସ୍କାର
କରନ୍ତୁ ସେବକେ ସେବାକୁ ।
ପାରିିବେନି ଜାଣି ମାଙ୍କଡିଆ ଦଳ
ଶାଳଗ୍ରାମ ଶ୍ରୀମହିମା
ଭକ୍ତି ଗୋ ବ୍ରାହ୍ମଣ ଗୁରୁ ମାତାପିତା
ମହେଶ୍ବର ବିଷ୍ଣୁ ବ୍ରହ୍ମା
ଆମ ଜାତିଧର୍ମ ମାନବିନ୍ଦୁ ଭବ୍ଯ
ନଯାଉ ଗାତ ଓ ଚୂଲିକୁ ।
ନ ବୋଲାନ୍ତୁ ମୁଢ ନୀଚ୍ଚ ନରାଧମ
ନିଜକୁ ସରବେ ସର୍ବା
ଦଂଶିବା ଅଟଇ ସର୍ପର ପ୍ରକୃତି
ହାର ଯଦିଚ ମଣିବା
ସର୍ପାଘାତେ ହେବ ମରଣ ନିଶ୍ଚିତ
ଜାତି ଯିବ ରସାତଳକୁ ।
ଆହ୍ବାନେ ସମୟ ଆସ ପ୍ରିୟଜନ
ଅନୁସରି ଧର୍ମ ସତ୍ଯ
ସୁଯୋଗ୍ଯ ସମର୍ଥ ସୁକର୍ତ୍ତବ୍ଯନିଷ୍ଠ
ହେବା ଆମେ ସୁସଂହତ
ନେବା ଆସ ଆମେ ଜୀବନେ ଶପଥ
ସୁମରିବା ଆମ ଇଷ୍ଟଙ୍କୁ ।
