ଆସ ନିକୁଞ୍ଜେ ମୋହନ
ଆସ ନିକୁଞ୍ଜେ ମୋହନ
ଶରଦ ଚାନ୍ଦକୁ ଦେଖି ବିରହ ଚାପରେ ଦୁଃଖି
କଳାକାହ୍ନୁ ନଟବର କେଶବ କହ୍ନାଇ ।
ଯମୁନା ପୁଲିନ ବନେ ଶ୍ରୀରାଧାଙ୍କୁ ଭାବି ମନେ
ବସିଛନ୍ତି ବିଷାଦରେ ପଥକୁ ଅନାଇ ।।
ରାଧିକାଙ୍କ ପ୍ରିୟସଖୀ ପହଞ୍ଚିଲେ ଆସି ଦୂତୀ
ପଚାରନ୍ତେ କଥାମାନ କହନ୍ତି ଫିଟାଇ ।
ନବୀନ ପଲ୍ଲବ ଶଯ୍ଯା କଣ୍ଟକ ମଣନ୍ତି ରାଧା
ଅହରହ ନୟନରୁ ଲୋତକ ଝରଇ ।।
ରଖି ବ୍ରତ ଉପବାସ କ୍ଷଣ କ୍ଷଣ ଉଡେ ହୋସ
କ୍ଷୀଣତନ୍ବା ଦୁଃଖ ତାଙ୍କ କହି ତ ନୁହଁଇ ।
ଦହି ସଖୀ ହୃଦମନ ବାଞ୍ଛେ ପ୍ରୀତି ଆଲିଙ୍ଗନ
ନିନ୍ଦନ୍ତି ଭାଗ୍ୟକୁ ସଖୀ ପୂର୍ଣ୍ଣ ଚନ୍ଦ୍ରମାକୁ ଚାହିଁ ।।
କରନ୍ତି ସଖୀ ବିଳାପ ଦୁଃଖ ଶୋକ ଓ ସନ୍ତାପ
ଭଜି କୃଷ୍ଣ ଦେଉଛନ୍ତି ଚୈତନ୍ଯ ହରାଇ ।
ବହୁଛି ମଳୟ ମନ୍ଦ ଆସ ନିକୁଞ୍ଜେ ମୋହନ
ରସରାସେ ଭିଜୁ ସଖୀ ଅଙ୍ଗସଙ୍ଗ ପାଇ ।।
ହର ମନସିଜ ପୀଡା ତାପ ଚାପ କାୟୋଜ୍ଜ୍ବାଳା
ହେ ଅନଙ୍ଗ ଶ୍ଯାମ କୃଷ୍ଣ ମିନତୀ କରଇ ।।

