STORYMIRROR

Bharatabandhu Biswal

Romance Inspirational Others

4  

Bharatabandhu Biswal

Romance Inspirational Others

ଆସ ନିକୁଞ୍ଜେ ମୋହନ

ଆସ ନିକୁଞ୍ଜେ ମୋହନ

1 min
226

ଶରଦ ଚାନ୍ଦକୁ ଦେଖି  ବିରହ ଚାପରେ ଦୁଃଖି

 କଳାକାହ୍ନୁ ନଟବର କେଶବ କହ୍ନାଇ  ।

ଯମୁନା ପୁଲିନ ବନେ  ଶ୍ରୀରାଧାଙ୍କୁ ଭାବି ମନେ

ବସିଛନ୍ତି ବିଷାଦରେ ପଥକୁ ଅନାଇ ।।

ରାଧିକାଙ୍କ ପ୍ରିୟସଖୀ   ପହଞ୍ଚିଲେ ଆସି ଦୂତୀ

ପଚାରନ୍ତେ କଥାମାନ କହନ୍ତି ଫିଟାଇ ।

ନବୀନ ପଲ୍ଲବ ଶଯ୍ଯା   କଣ୍ଟକ ମଣନ୍ତି ରାଧା

ଅହରହ ନୟନରୁ ଲୋତକ ଝରଇ ।।

ରଖି ବ୍ରତ ଉପବାସ   କ୍ଷଣ କ୍ଷଣ ଉଡେ ହୋସ

କ୍ଷୀଣତନ୍ବା ଦୁଃଖ ତାଙ୍କ କହି ତ ନୁହଁଇ ।

ଦହି ସଖୀ ହୃଦମନ   ବାଞ୍ଛେ ପ୍ରୀତି ଆଲିଙ୍ଗନ 

ନିନ୍ଦନ୍ତି ଭାଗ୍ୟକୁ ସଖୀ ପୂର୍ଣ୍ଣ ଚନ୍ଦ୍ରମାକୁ ଚାହିଁ ।।

କରନ୍ତି ସଖୀ ବିଳାପ  ଦୁଃଖ ଶୋକ ଓ ସନ୍ତାପ

ଭଜି କୃଷ୍ଣ ଦେଉଛନ୍ତି ଚୈତନ୍ଯ ହରାଇ ।

ବହୁଛି ମଳୟ ମନ୍ଦ   ଆସ ନିକୁଞ୍ଜେ ମୋହନ

ରସରାସେ ଭିଜୁ ସଖୀ ଅଙ୍ଗସଙ୍ଗ ପାଇ ।।

ହର ମନସିଜ ପୀଡା ତାପ ଚାପ କାୟୋଜ୍ଜ୍ବାଳା

ହେ ଅନଙ୍ଗ ଶ୍ଯାମ କୃଷ୍ଣ ମିନତୀ କରଇ ।।

        



Rate this content
Log in

Similar oriya poem from Romance