STORYMIRROR

Kunja Bihari Dalai

Inspirational

3  

Kunja Bihari Dalai

Inspirational

ନାରୀ ନାରାୟଣୀ

ନାରୀ ନାରାୟଣୀ

1 min
553


ସମାଜରେ ଯିଏ ନୁହେଁ କା ଅଇରି

ମହାନ ଜାତି ତା ଅଟଇ ନାରୀ  

ନୁହଁଇ କେବଳ ସେ ଶଯ୍ୟା ସଙ୍ଗିନୀ

ଅନ୍ୟ କର୍ମେ ମଧ୍ୟ ନିପୁଣା ଭାରି ।


ପାଦ ଥାପେ ଯେବେ ଆମ ଏରୁଣ୍ଡିରେ

ପୂରୁବ ସମ୍ପର୍କ ପାଶୋରି ଯାଇ 

ଆମ ପରିବାରେ ଉତ୍ସର୍ଗୀକୃତ ସେ

ସେନେହ ଟିକିଏ ପାଇବା ପାଇଁ।


ମୁଠେ ଖାଇ ଖଣ୍ଡେ ପିନ୍ଧିବା ବ୍ୟତୀତ

ଅନ୍ୟ କିଛି ତାର ଲାଳସା ନାହିଁ 

ସବୁବେଳେ ତାର ମନେ ଗୋଟେ ଚିନ୍ତା

କେବଳ ସଂସାର ସୁଖକୁ ନେଇ ।


ତା'ର ତ୍ୟାଗ ପାଖେ ଶତ ଚେଷ୍ଟା କଲେ

ହେବା ନାହିଁ ଆମେ ତ ବରାବର 

ପୁରୁଷ ପଣିଆ ଜାହିର ନିମନ୍ତେ

କରିଥାଉ ତା'ରେ କି ଅତ୍ୟାଚାର ।


ଭାବିଲେ ନିଜକୁ ନିଜେ ଘୃଣା ଲାଗେ

ଆମେ ସତରେ କି ପୁରୁଷ ପୁଅ ?

ନିଜ ବଡପଣ ଦେଖାଇବା ପାଇଁ

ଭରି ଦେଉ ନାରୀ ଆଖିରେ ଲୁହ ।


ପୁରାଣ ପୋଥିରୁ ଜାଣି ଅଛୁ ଆମେ

ଅଯଥା ନାରୀ କୁ ଦେଇ ଯାତନା 

କେହି କେବେ ସୁଖେ ରହିନି ସଂସାରେ

ଦେଇଅଛି ତାରେ ଯେ ନିର୍ଯ୍ୟାତନା ।


ସ୍ଵୟଂ ଜଗନ୍ନାଥ ବା'ର ବର୍ଷ ଧରି

ଲକ୍ଷ୍ମୀ ମାତାଙ୍କର ଶାପ ମୁଣ୍ଡାଇ 

ଦ୍ଵାର ଦ୍ଵାର ବୁଲି ଭିକ୍ଷା ମାଗିଥିଲେ

ପେଟ ଚାଖଣ୍ଡକ ପୂରଣ ପାଇଁ ।


ନାରୀ ନାରାୟଣୀ ରୂପ ଜାଣି ମଧ୍ୟ

ଭୁଲିବା ଆମର ପ୍ରକୃତି ଗତ 

ବଦଳାଇ ଦିଅ ଏ ହୀନ ପ୍ରକୃତି

ସୁଖ ଯେ ତୁମରି ଅପେକ୍ଷା ରତ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational