ନାରୀ ଜାତି ପାଇଁ ଆଦର୍ଶ ସୀତା
ନାରୀ ଜାତି ପାଇଁ ଆଦର୍ଶ ସୀତା
ଧନ୍ଯ କନ୍ଯାରତ୍ନ ଆଦର୍ଶ ଜନନୀ
ଆଦର୍ଶ ସହଧର୍ମିଣୀ
ବିଦେହ ନନ୍ଦିନୀ ମୈଥିଳୀ ବୈଦେହୀ
ଜାନକୀ ସାକ୍ଷାତ ଲକ୍ଷ୍ମୀ ।
ଥିଲେ ସ୍ଥିତପ୍ରଜ୍ଞା ମାତା ଭୂମିସୂତା
ଦୃଢ ସୁକର୍ତ୍ତବ୍ଯ ନିଷ୍ଠ
ଅପୂର୍ବ ତାଙ୍କର ତ୍ଯାଗ ଅନୁରକ୍ତି
ସାହସ ଶକ୍ତି ମାତୃତ୍ବ ।
ଅଯୋଧ୍ଯାନବର ରାଜ ଉଆସର
ଭୋଗ ସୁଖ କରି ତୁଚ୍ଛ
ପତିଙ୍କ ସହିତ ଚଉଦ ବରଷ
ବରିନେଲେ ବନବାସ ।
ଲଙ୍କାର ରାଜନ ଦୁର୍ଦ୍ଦାନ୍ତ ରାବଣ
କରିଲା ଅପହରଣ
ଅମିତ ବିକ୍ରମେ ଦସ୍ୟୁ ରାକ୍ଷସର
ହୋଇଛନ୍ତି ସମ୍ମୁଖୀନ ।
ହୋଇ ନାହାନ୍ତି ସେ କଦାପି ବିଚ୍ଯୁତ
ସୁ
ସଙ୍କଳ୍ପ ନିଜ ଲକ୍ଷ୍ଯୁ
ରଖିଛନ୍ତି ସୀତା ମର୍ଯ୍ଯାଦା ଅକ୍ଷୂର୍ଣ୍ଣ
ସୁବିଶ୍ବାସ ସତୀତ୍ବକୁ ।
ମର୍ଯ୍ୟାଦା ପୁରୁଷ ଶ୍ରୀରାମ ସମ୍ମୁଖେ
ଅଗ୍ନି ପରୀକ୍ଷାକୁ ଦେଇ
କରିଛନ୍ତି ସୀତା ସିଦ୍ଧ ପ୍ରମାଣିତ
ନାରୀ ସେ ଅମୃତମୟୀ ।
କରି ପାରିବନି ଦାହ ତା ଦିବ୍ଯତା
ଶକ୍ତିକୁ କାଳ ଅନଳ
ଆତ୍ମୋତ୍ସର୍ଗ ଶୁଦ୍ଧ ସୁବର୍ଣ୍ଣ ସଦୃଶ
ପ୍ରକଟେ ଜ୍ଯୋତି ଔଜଲ୍ୟ ।
ମର୍ଯ୍ଯାଦା ସମ୍ପନ୍ନା ଆଦର୍ଶେ ଅନନ୍ଯା
ଜନକ ନନ୍ଦିନୀ ସୀତା
ନାରୀ ଜାତି ପାଇଁ ଉଜ୍ଜ୍ବଳ ଆଦର୍ଶ
ଦେବୀ ସେ ଚିର ବନ୍ଦିତା ।