STORYMIRROR

Hemanta kumar Sahoo

Children

3  

Hemanta kumar Sahoo

Children

ଆରେ,କେମିତିକା ପିଲା

ଆରେ,କେମିତିକା ପିଲା

1 min
168


ଜନମ ହୋଇଲୁ ମାତାର ଗରଭୁ

ମାତାକୁ ଚିହ୍ନିଲୁ ନାହିଁ

ହାତଧରି ଯିଏ ବାହାରକୁ ନେଲେ 

ତାଙ୍କୁ ପଚାରିଲୁ ନାହିଁ।।

ଭାଇ ବୋଲି ଯେଉଁ ପବିତ୍ର ସମ୍ପର୍କ

ତାଙ୍କୁ କଲୁ ସାତପର 

ଭଉଣୀକୁ ମଧ୍ୟ ପଚାରୁନୁ ତୁହି 

ଯାଉନୁ ତା ଶାଶୁଘର।।

ଛତରା ସାଙ୍ଗଙ୍କ ସାଥୀରେ ମିଶିଲୁ 

ଖାଇଲୁ ଗଞ୍ଜେଇ ମଦ 

ଅଭାଷା କହିଲୁ ଝଗଡ଼ା କରିଲୁ 

ପଡିବରେ ପରମାଦ।।

ଟାଉଟରୀ ପୁଣି ଧପାବାଜ ନିତି 

ଆପଣାଇ ନେଲୁ ତୁହି 

ପରଝିଅ ପଛେ ଗୋଡେଇଲୁ ଧନ 

ମାନ ମହତ ହରାଇ ।।

ଛୁରୀ ଭୁଜାଲିକୁ ଧରିଣ ବୁଲିଲୁ 

ଡରିଲେ ଜଗତ ଜନ 

ବାହାସ୍ପୋଟ ମାରି ମିଛ ଗପିଗଲୁ 

ଛାଡ଼ିଲା ତୋତେ ଧରମ ।।

ମନ୍ଦିର ଦୁଆର ଦିନେ ନ ମାଡିଲୁ

ନ ଭଜିଲୁ ରାମ ନାମ 

ଗୀତା ଭାଗବତ କ'ଣ ଜାଣିଲୁନି 

ପାପ ପଥେ ନେଲୁ ଦିନ ।।

କେତେ ଦିନ ବାବୁ ଏପରି କରିବୁ 

ପାହିଯିବ ଯେବେ ରାତି 

ଘଣା ପେଲୁଥିବୁ ମାମୁଁ ଘରେ ବସି 

ସାହା କେ ନୋହିବେ ଆସି ।।

ଉପରେ ଦେଖୁଛି ଚାହାଁ ସେ କାଳିଆ 

ହିସାବ ଟିପି ରଖୁଛି 

ଠିକଣା ବେଳରେ ଦେବରେ ଜବାବ 

ସେତେବେଳେ ନଥିବ କିଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children