Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ମନୋରଥ

ମନୋରଥ

1 min
130



ଆମ ମନୋରଥ ରଥ ନନ୍ଦିଘୋଷ 

ଚଳମାନ ଅହର୍ନିଶ 

ଚକ୍ର ସୁଦର୍ଶନ ନାରୀ ଓ ପୁରୁଷ

ସୃଷ୍ଟି ତାଙ୍କ ସୁମନାସ ।


ଶିବ ସୁସଙ୍କଳ୍ପେ ହୁଏ ଆତଯାତ

ପୃଥିବୀ ସୂରୁଜ ଚନ୍ଦ୍ର 

ଅମୃତ ସନ୍ତାନ ସୃଜନ ପାଳନେ

ହୁଅଇ ତଲ୍ଲୀନ ମଗ୍ନ ।


ଜୀବ ଶ୍ରେଷ୍ଠ ଅଟେ ପ୍ରଜାତି ମଣିଷ

ବୁଦ୍ଧିମାନ ସାମାଜିକ

ପାଳେ ସୁକର୍ତ୍ତବ୍ୟ ଅଭ୍ୟାସେ ସଂଯମ

ପ୍ରୟୋଗେ ଆତ୍ମ ବିବେକ। 


ପାରିବନି ରହି ଜଙ୍ଗଲେ ମଣିଷ

ଇତର ପଶୁଙ୍କ ପରି

ହିଂସ୍ରତା ଆଚରି ପାରିବନି ତିଷ୍ଠି

ଅସହାୟେ ବଧ କରି ।


ବହୁ ଜ୍ଞାନୀଗୁଣୀ ଆମ ଋଷିମୁନୀ

ପ୍ରବୁଦ୍ଧ ପିତୃପୁରୁଷ

ଗଢି ତୋଳିଛନ୍ତି ସୁନ୍ଦର ମନ୍ଦିର 

ମହତ ଦିବ୍ୟ ସନ୍ଦେଶ ।


ଆମ ପରିବାର ଅଟେ ଶ୍ରୀମନ୍ଦିର 

ଗୋଲୋକ ବୈକୁଣ୍ଠ ପୁର

ଭାବ ସୁସମ୍ପର୍କ ବନ୍ଧନ ସୁଦୃଢେ

ଜୀବନ ହୁଏ ମଧୁର ।


ସହ ଅବସ୍ଥାନ ଅହିଂସା ଓ ଶାନ୍ତି 

ସତ୍ୟନିଷ୍ଠା ସୁବିଶ୍ୱାସ 

କଲେ ସୁପ୍ରୟାସ ନର ନାରାୟଣ 

ଅରଜଇ ପୁଣ୍ୟ ଯଶ ।


ପତିତପାବନ ପୁରୁଷ ଉତ୍ତମ 

ପରଂବ୍ରହ୍ମ ଜଗନ୍ନାଥ 

କୋଟି ସୂର୍ଯ୍ୟସମ ଆଦର୍ଶ ସ୍ୱରୂପ

ହେଉ ଥାଅ ପ୍ରତିଭାତ ।



Rate this content
Log in

Similar oriya poem from Inspirational