Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ଜାତୀୟ ଶକ୍ତିସଂରକ୍ଷଣ ଦିବସ

ଜାତୀୟ ଶକ୍ତିସଂରକ୍ଷଣ ଦିବସ

1 min
200



ଡିସେମ୍ବର ଚୌଦ ଶକ୍ତି ସଂରକ୍ଷଣ

ଦିବସ ଭାବେ ପାଳିତ,

ଶକତି ଅଟଇ ଅତି ମୂଲ୍ୟବାନ

ସଂରକ୍ଷଣ ତା ଉଚିତ l


ଆଜିକା ଯୁଗରେ ବିଦ୍ୟୁତ ବଳରେ

ହୋଇଥାଏ,ସବୁ କାର୍ଯ୍ୟ,

ଘରର ସମସ୍ତ କାମପାଇଁ ଆଜି 

ବିଜୁଳି ବତୀକୁ ଖୋଜ l


ବଢିଯାଏ ଆଜି ଲୋକସଂଖ୍ୟା ପୁଣି

ବଢେ ତାଙ୍କ ଆବଶ୍ୟକ,

ଅପଚୟ ପୁଣି ଶକ୍ତିକୁ କରନ୍ତି

ଭୁଲି  ଭବିଷ୍ୟତ ତାଙ୍କ l


ହୀରାକୁଦ ଠାରେ ଟରବାଇନ ଘୁରାଇ

ବିଜୁଳି ହୁଅଇ ସୃଷ୍ଟି,

ତାଳଚେର ଠାରେ ବାଷ୍ପ ଦ୍ୱାରା ମଧ୍ୟ

ଜଳଇ ବିଦ୍ୟୁତବତୀ l


କମି ଯାଉଅଛି ଜଳ ସ୍ତର ଏବେ

କୋଇଲା ବି ହୁଏ ଇତି,

ଶଙ୍କଟ ପଡଇ ଶକ୍ତିର ଯେହେତୁ 

ସୌର ଶକ୍ତିର ପ୍ରଗତି l


ସୌର ଚୁଲାଆଉ ସୌର ବତୀ ଆଦି

ଅଟେ ବଡ଼ ଉପକାରୀ,

ବ୍ୟବହାର ତାର ହୋଇଲେ ଅଧିକ

ଶକ୍ତି ସଂରକ୍ଷଣ କାରୀ l


ସମୁଦ୍ର କୂଳିଆ ଅଞ୍ଚଳରେ ପୁଣି

ବାୟୁ କୁକାମେ ଲଗାଇ,

ବିଜୁଳି ଶକ୍ତିର ଉତ୍ପନ୍ନ ନିମନ୍ତେ

ଉଚିତ ବ୍ୟବସ୍ଥା ସେହି l


ଆଜିର ଜାତୀୟ ଶକ୍ତି ସଂରକ୍ଷଣଦିନେ

ଆସରେ ଶପଥନେବା,

ଶକ୍ତି ଅପଚୟ କରିବାନିକେହି 

ଯତ୍ନ ତାହାର କରିବା l



Rate this content
Log in

Similar oriya poem from Inspirational