Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.0  

Gyanendriya Dash

Inspirational Others Children

ଦୀପଟିଏ ମୋତେ କରିଦିଅ ପ୍ରଭୁ

ଦୀପଟିଏ ମୋତେ କରିଦିଅ ପ୍ରଭୁ

1 min
196



ଦୀପଟିଏ ମୋତେ

କରିଦିଅ ପ୍ରଭୁ

ଅହରହ ଜଳୁଥିବି

ତୁମ ପ୍ରେମ ତେଲ

ମମତାର ବତୀ

ତୁମ ସ୍ବର୍ଶ୍ୱ ପାଉଥିବି ।

ତୁମେ ଗଢ଼ିଥିବା

ସୃଷ୍ଟିକୁ ସର୍ବଦା

କରୁଥିବି ଆଲୋକିତ

ଅନ୍ଧାରକୁ ନାଶି

ପଥ ଦେଖାଇବି

ସଲଖିଯିବ ଜଗତ ।

ଅନ୍ୟାୟ ଅନୀତି

କୁସଂସ୍କାର ସବୁ

ନାକାରାତ୍ମକର ଚିନ୍ତା

ଦୂର କରିବାର

ସେବକ ମୁଁ ହେବି

ହେ ପ୍ରଭୁ ବିଶ୍ୱ ନିଯନ୍ତା ।

ତୁମ ଆଶୀର୍ବାଦେ

ଝଲସି ଉଠିବ

ଆଲୋକର ଦୀପଶିଖା

ରାମ ରାଇଜର

ସପନ ସାକାର

ସତ୍ୟ ନ୍ୟାୟର ସୁରକ୍ଷା ।

ଜଳୁଥିବି ନିତି

ତୁମରି ମନ୍ଦିରେ

ଭକ୍ତିର ଆଳତୀ ହୋଇ

ତୁମ ଦରଶନ

ସଦା କରୁଥିବି

ଭାଗ୍ୟବାନ ଅଟେ ମୁହିଁ ।

 

    


Rate this content
Log in

Similar oriya poem from Inspirational