Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Children

4.0  

Gyanendriya Dash

Inspirational Children

ଆ' ରେ ମିତ ତୁ ଆ

ଆ' ରେ ମିତ ତୁ ଆ

1 min
151



ଆ' ରେ ମିତ ତୁ ଆ ।

ଯେଉଁ ଦୁନିଆରେ

ଥିଲେ ବି ସାଙ୍ଗ ମୋ

ପାଖକୁ ଥରୁଟେ ଆ ।।

ଗାଇବା ଆମେ ଗୀତ ।

ପିଲାଦିନ କଥା

ମନେ ପଡୁଅଛି

ପଡ଼ିଛି କାକର ଶୀତ ।।

ଆ' ରେ ମିତ ତୁ ଆ ।

ଝୁରୁଅଛି କେତେ

ନଈ-ନାଳ-କ୍ଷେତ

ପାହାଡ଼ ଆଉ ଦରିଆ ।।

ସଞ୍ଜ ଆଉ ସକାଳେ ।

ଗୀତ-ଗପ-ନାଚ

ମେଳା-ମଉଚ୍ଛବ

ମନେ ପଡ଼େ ସବୁବେଳେ ।।

ଆ' ରେ ମିତ ତୁ ଆ ।

ସାଥିଟିଏ ବିନା

ଅସୁମାରୀ ଦୁଃଖ

ସଅଳ ଫେରି ତୁ ଆ ।।

ରହିଛି ମିତ ମୁଁ ଟାକି ।

ଏଥର ନ ଠକି

ଆସି ଯା ମୋ ପାଖ

ରହିଅଛି ଖେଳ ବାକି ।।

ଆ' ରେ ମିତ ତୁ ଆ ।

ମିତଣୀ ବି ତୋର

କେତେ ଖୋଜିଲାଣି

ସବୁ ଲାଗୁଛି ଅଡ଼ୁଆ ।

ଆ' ରେ ମିତ ତୁ ଆ ।।

      

    


Rate this content
Log in

Similar oriya poem from Inspirational