Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Children

3  

Satyanarayan Sahoo

Children

ଦୀପଟିଏ ମୋତେ କର ମହାପ୍ରଭୁ

ଦୀପଟିଏ ମୋତେ କର ମହାପ୍ରଭୁ

1 min
173


ଦୀପ ଟିଏ ମୋତେ କର ମହାପ୍ରଭୁ

ଜଳି ଜଳି ଯାଉ ବିତି

କ୍ଷଣିକ ଜୀବନେ ପବିତ୍ର ଦୀପ୍ତିରେ

ଉଜ୍ୱଳିବି ନିତି ନିତି ।


ଦୂରାଇବି ଯେତେ ସବୁ ଅନ୍ଧକାର

ଯୋଗାଇବି ପ୍ରାଣେ ପ୍ରୀତି

 ସ୍ନେହ ଶ୍ରଦ୍ଧା ଆଉ ଆଦର ବାତ୍ସଲ୍ୟ 

ବାଣ୍ଟୁ ଥିବି ରହି ନିତି ।


ଆଦର୍ଶ ଦେଖାଇ ସୁପଥେ ଚଳାଇ

ଦିଅ ହେ ପ୍ରଭୁ ମୋ ମନ

ଜାଗୁ ପ୍ରତି କ୍ଷଣ ପରାଣେ ନବୀନ

 ଚେତନା ଆଉ ଆହ୍ଵାନ ।


ଜୀବନ ସଳିତା ଦୁଃଖ ଶୋକ ତାପ

ସହି ସମ୍ଭାଳି ସକଳ

ବିତରିବି ଆନେ ନବୀନ ଚେତନା

ସ୍ପନ୍ଦନ ଓ ମନୋବଳ ।


ଦୀପଟିଏ ମୋତେ କର ମହା ପ୍ରଭୁ

ଦୀପଟିଏ ମୋତେ କର 

ମହାନ ଆଦର୍ଶ ଆଧାରିତ ଭାବ

ପ୍ରକାଶ କରି ସକଳ ।


 ପ୍ରଭୁ ହେ ତୁମ୍ଭରି କରୁଣା ପରଶେ

 ଶିହରୀ ଉଠୁ ପରାଣ

ଦୀପ ପରି ଜଳି ଆଲୋକ ବାଣ୍ଟିବି

ହୋଇବି ଜୀବନେ ଧନ୍ୟ ।


ନବ ନବ ଆଶା ଭରସା ସପନ

ଆଶ୍ଵାସନା ଓ ଅଭୟ 

ସାନ୍ତ୍ଵନା ଲହରୀ ପ୍ରବାହିତ କରି

 ଚେତନା ଉଲ୍ଲାସମୟ ।


କରି ପ୍ରତି ଦିନ ଧରି ସୁସାହସ

ଆନ ମୁଖେ ଲେପି ହସ 

ପ୍ରଶାନ୍ତିର ଧାରେ ଆଲୋକିତ କରି

ଚିତ୍ତେ ସଞ୍ଚାରି ହରଷ ।


ଦୀପଟିଏ ମୋତେ କର ମହାପ୍ରଭୁ

ଦୀପଟିଏ ମୋତେ କର 

ଦୟାର ସାଗର ଆହେ ମହାପ୍ରଭୁ

ଏତିକି ଆଶା ମୋହର ।



Rate this content
Log in

Similar oriya poem from Children