STORYMIRROR

SUKANTA KHANDA

Children

3  

SUKANTA KHANDA

Children

ଶୀତର ଶାସନ

ଶୀତର ଶାସନ

1 min
210

ବହୁଅଛି ଦେଖ

କୋହଲା ପବନ

ଯେମିତି ଦେହେ ବୋଳିବ 

ସଭିଏଁ ନିଜର

କେହି ନୁହଁ ପର

ମନରେ ତା' ଭେଦଭାବ।୧


ତତଲା ମାଡ଼ରେ

ସେହି ଦିନ ମୁହିଁ

କହୁଥିଲି ଯାହା କଥା

କୋହଲା ମାଡ଼କୁ 

ସହି ନ ପାରିକି

ମନ ଆଜି ମହାବ୍ୟଥା।୨


ବଡ଼ ଅସହିଷ୍ଣୁ

ନୀଚ୍ଚତା ମନରେ

ପୂରି ରହିଛି କି ଦେଖ

ସାମାନ୍ୟ ମାଡ଼ରେ

ଘାଇଲା ହୋଇକି

ହୁରୁଦୟ ମହାଦୁଃଖ?୩


କାହିଁକି କେଜାଣି

କ୍ଷଣିକ ଭିତରେ

ପରିବର୍ତ୍ତନର ସ୍ୱର

ଭଲ ଆଉ ମନ୍ଦ 

ଲାଗିରହେ ବୋଲି

ଭାବିଲିନି ନିରନ୍ତର।୪


ଶୀତ ଆସ ତୁମେ

ଶାସନ ସକାଶେ

ମୋର କଥାକୁ ନ ଶୁଣି

ମନ ସିନା ଘୃଣା

ବିବେକଟି କିନ୍ତୁ

ତୁମକୁ ପାରିଛି ଜାଣି।୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children