Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ଦେଶ ପ୍ରେମ

ଦେଶ ପ୍ରେମ

1 min
119



ଦେଶ ପ୍ରେମ ବହ୍ନି ଜାଳିଦେବା ଆସ

ପ୍ରତିଟି ହୃଦୟ କୋଣେ,

ଜନମ ହୋଇଛେ ଭାରତ ଦେଶରେ 

ଗାଅ ଜୟଗୀତି ନାମେ l

ତାହାରି ପାଣିଓ ପବନକୁ ନେଇ 

ଆମଶରୀର ଉତ୍ପତ୍ତି,

ତା ମାଟିର ଫଳ ପରିବା ରୁ ସିନା 

ମିଳୁଛି ଆମକୁ ଶକ୍ତି l

ସେଇ ଦେଶ ପାଇଁ ଆସ ବଡ଼ ହୋଇ

କିଛି ଆମେ କରିଯିବା,

ଆମ କର୍ତ୍ତବ୍ୟ ତା ସମ୍ମାନ ରକ୍ଷା

ସେକଥାଟି ନଭୁଲିବା l

ବାଜିରାଉତ ଠୁଁ ଭଗତ ସିଂ ଯାଏ

କେତେ କେତେ ମହାବୀର,

ଦେଶ ଜାତି ପାଇଁ ଜୀବନ ଦାନକୁ

କରିଲେ ଗଳାର ହାର l

ଗାନ୍ଧୀ ଜବାହର ଶାସ୍ତ୍ରୀ ଓ ସୁବାସ

ଦେଶ ପାଇଁ ଏକ ହୋଇ,

ସ୍ୱାଧୀନତା ର ସ୍ୱାଦ ଚଖାଇଲେ

କଷ୍ଟ କେତେ ସେତ ସହି l

ସୈନିକ ମାନେ ଦେଶର ସୁରକ୍ଷା

କରନ୍ତି ସୀମାନ୍ତେ ରହି,

କୃଷକ ମାନେ ଲହୁ ଝାଳ କରି

କ୍ଷେତରେ ଖଟନ୍ତି ଯାଇ l

ବୈଜ୍ଞାନିକ ବା ଇଞ୍ଜିନିଅର ହୁଅ 

ଅବା କର ଯେଉଁ କାମ,

ଦେଶର ସେବା ରେ ମନ ପ୍ରାଣ ଦେଲେ

ଜୀବନ ହୁଅଇ ଧନ୍ୟ l

ମହାନ ଆମର ଦେଶର ସଂସ୍କୃତି

ମହାନ ଆମର ଭାଷା,

ଭୁଲିଯିବା ନାହିଁ ଯେଉଁଥିବି ଥିଲେ

ମାତୃଭୂମି ମାତୃଭାଷା l

ଯିଏ ଯେଉଁ କର୍ମ କରନା କାହିଁକି

ଦେଶ ପ୍ରେମ ଅଟେ ମୂଳ,

ତାହାରି ସୁରକ୍ଷା ଆମରି କର୍ତ୍ତବ୍ୟ

ଏକଥା କେବେ ନ ଭୁଲ ll


Rate this content
Log in

Similar oriya poem from Inspirational