ତ୍ଯାଗ
ତ୍ଯାଗ
ସୁଗୁଣ ଆଦରି ଦୁର୍ଗୁଣ ବିସ୍ମରୀ
କଲେ ଜୀବନ ଧାରଣ
ସୁଖ ଓ ସମୃଦ୍ଧି ମିଳଇ ନିଶ୍ଚିତ
ଏହା ବିଧାତା କରଣ ।।
ଭଳ ମନ୍ଦ ଚିହ୍ନି ନିର୍ଣ୍ଣୟ କରିଲେ
ମନ୍ଦର ତ୍ଯାଗ କରିବ
ହାତେ ମାପିକରି ଚାଖଣ୍ଡେ ଚାଲିଲେ
ବିପଦ ସେଠି ନ ଥିବ ।।
ଯେତେବେଳେ ଭାଗ୍ଯ ତ୍ଯାଗଇ ରାଗକୁ
ବନ୍ଧୁ ଛାଡେ ମନ୍ଦପଣ
ସ୍ତ୍ରୀ ଲୋକଟି ଏ ତ୍ଯାଗ କରିଦିଏ
ତାର ନିଷ୍ଟୁରତା ଗୁଣ ।।
ସୁଶିକ୍ଷିତ ବ୍ଯକ୍ତି ଅଳସୁଆ ମିର
ଥିବା ସବୁ ଗୁଣ ତାର
କାମର ପିପାସା ତ୍ଯାଗଇ ସମ୍ମାନ
ଇଜ୍ଜତ ଯାଏ ତାହାର ।।
ଅଳସୁଆ ଲୋକ କର୍ମରେ ବିମୁଖ
ହେବା ହେତୁ ସଦାବେଳେ
ମାନ ଓ ସମ୍ମାନ ଶିକ୍ଷା ଆଉ ବନ୍ଧୁ
ତ୍ଯାଗି ଥାଏ କାଳେ କାଳେ ।।
ଜ୍ଞାନୀ,ଅନୁଭବି ସୁଭଚିନ୍ତକଙ୍କ
ମାନିଗଲେ ତାଙ୍କ ବାଣି
ବିପଦଠୁଁ ଦୂରେ ମଣିଷ ରହିବ
ଏ କଥା ମିଛ ହୁଏନି ।।