STORYMIRROR

SUKANTA KHANDA

Children

3  

SUKANTA KHANDA

Children

ସକାଳ ବୁଲା

ସକାଳ ବୁଲା

1 min
175

ସକାଳ ବ୍ୟାୟାମ ଅଥବାରେ ଚାଲି

ସଭିଙ୍କର ହିତ ଯେ ଦେହକୁ ଖୋଲି।୧


ଥରେ ତ ଏସବୁ ପରୀକ୍ଷାଟେ ହେଉ

ମିଛଟାଏ କିଆଁ ରାଉରାଉ ଦେଉ?୨


ଅଜାଙ୍କର ଏହି ଦୃଢୋ଼କ୍ତି ଦେଖିକି

ସେ ଦିନ ଚଗୁଲୁ ସକାଳୁ ଉଠିକି।୩


ଦେହରୁ ଫିଙ୍ଗିଲା ପିନ୍ଧିଥିବା ସାର୍ଟ

ଗୋଡ଼ରେ ପିନ୍ଧିଲା ସାଇତା ତା' ବୁଟ।୪


ଦଉଡି଼ ଦଉଡି଼ ଦୋ' କିଲୋ ମିଟର

ନାଳଝାଳ ହୋଇ ଫେରିଲା ତା' ଘର।୫


ପହଞ୍ଚି ଅଜାଙ୍କ ପାଖରେ ବସିଲା

ସାରା ଶରୀରଟା ଅବଶ ହୋଇଲା।୬


ବଥା ହୋଇଗଲା ଜଙ୍ଘ ମାଂସପେଶୀ

ଗାଳି ଦେଇ କହେ ଘଷି ଦିଅ ବେଶୀ।୭


ଅଜା ନିଇତି ତା ନାତି ଚଗୁଲୁକୁ

ଘଷି ଦେବା ସହ କଲେ ଅଭ୍ୟାସକୁ।୮


କେଇଦିନ ପରେ ସକାଳର ବୁଲା

ସତ୍ୟଟା ଅଜାଙ୍କ ଚଗୁଲୁ ଜାଣିଲା।୯


ପ୍ରଣାମ ସହିତ ଧନ୍ୟବାଦ ଦେଇ

ନିଇତି ଚଗୁଲୁ ସକାଳେ ବୁଲଇ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children